ଭାରତ ବନ୍ଦ ପାଇଁ ଓଡ଼ିଶାରେ ପରୀକ୍ଷା ବାତିଲ! ୫୫ଟି ବିଷୟରେ ପରୀକ୍ଷା ଦେଇଥାନ୍ତେ ଛାତ୍ରଛାତ୍ରୀ

26

କନକ ବ୍ୟୁରୋ : ଭାରତ ବନ୍ଦ ପାଇଁ ପରୀକ୍ଷା ବାତିଲ । ଆଜି ସମଗ୍ର ରାଜ୍ୟରେ ଭାରତ ବନ୍ଦ କରାଯାଉଥିବା ପରିପ୍ରେକ୍ଷୀରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି) ପକ୍ଷରୁ ଆଜି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। ଏହି ପରୀକ୍ଷା ଆସନ୍ତା ୧୨ ତାରିଖରୁ ୨୦ ତାରିଖ ମଧ୍ୟରେ ହେବ ବୋଲି ନିଷ୍ପତ୍ତି ହୋଇଛି। ଏ ନେଇ ଛାତ୍ର ଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ଜଣାଇ ଦିଆଯିବ ବୋଲି ବଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୨ ତାରିଖ ଦିନ ଭାରତ ବନ୍ଦ ଯୋଗୁଁ ବିପିୟୁଟି କର୍ତ୍ତୃପକ୍ଷ ସେ ଦିନର ପରୀକ୍ଷାକୁ ବାତିଲ କରି ଦେଇଥିଲେ। ଆଜି ବିପିୟୁଟି ଅଧୀନରେ ପରିଚାଳିତ ବିଭିନ୍ନ ବର୍ଗରେ ୫୫ଟି ବିଷୟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥାନ୍ତେ। ମାତ୍ର ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା ଦିଆଯୋଇଥିବା ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଜିର ସମସ୍ତ ପରୀକ୍ଷାକୁ ବାତିଲ କରି ଦେଇଛନ୍ତି।