ସୈତାନ ପ୍ରେମିକର ସାଙ୍ଘାତିକ କାରନାମା ! ଚନ୍ଦକା ଜଙ୍ଗଲକୁ ଆଣି କାଟି ଦେଇଥିଲା ପ୍ରେମିକାର ମୁଣ୍ଡ, ଧରା ପଡିବା ପରେ ଓଗାଳିଲା ସତ

କେମିତି କରିଥିଲା ହତ୍ୟା ଡେମୋ ଦେଖାଇଲା ଅଭିଯୁକ୍ତ

625

କନବ ବ୍ୟୁରୋ : ପ୍ରେମିକର ସାଙ୍ଘାତିକ କାରନାମା । ପ୍ରେମିକାକୁ ମୁଣ୍ଡ କାଟି ହତ୍ୟା କରିଛି ପ୍ରେମିକ । ଚନ୍ଦକା ଜଙ୍ଗଲରୁ ଉଦ୍ଧାର ହେଲା ଯୁବତୀଙ୍କ ମୁଣ୍ଡକଟା ମୃତଦେହ । ପୁରୀ ଜିଲ୍ଲା ସତ୍ୟବାଦୀ ପୁଲିସ ଓ ଖଣ୍ଡଗିରି ଥାନା ପୁଲିସ ଏହି ମୃତଦେହକୁ ଜବତ କରିଛନ୍ତି । ତେବେ ମୃତ ଯୁବତୀକୁ ତା’ର ପ୍ରେମିକ ମୁଣ୍ଡ କାଟି ହତ୍ୟା କରିଥିବା ଜଣାପଡିଛି ।

ମୃତ ଯୁବତୀ ହେଲେ ସତ୍ୟବାଦୀ ଥାନା ଅଂଚଳ ସସ୍ମିତା ବିଶ୍ୱାଳ । ଯୁବତୀଙ୍କ ନିଖୋଜ ନେଇ ଗତ ୧୫ ତାରିଖରେ ସତ୍ୟବାଦୀ ଥାନାରେ ଏତଲା ଦିଆଯାଇଥିଲା । ପୁଲିସ ଖୋଳତାଡ କରି ଯୁବତୀଙ୍କୁ ନେଇ ଫେରାର ହୋଇଥିବା ଯୁଧିଷ୍ଟିର ସ୍ୱାଇଁକୁ ଗିରଫ କରିଥିଲା । ଆଉ ଜେରା ବେଳେ ସସ୍ମିତାକୁ ହତ୍ୟା କରିଥିବା ପୁଲିସ ଆଗରେ ମାନିଥିଲା ଯୁଧିଷ୍ଟିର । କେବଳ ଏତିକି ନୁହେଁ କିପରି ପ୍ରେମିକାକୁ ହତ୍ୟା କଲା ତା’ର ଡେମୋ ମଧ୍ୟ ଦେଖାଇଛି । ଆଜି ଅଭିଯୁକ୍ତକୁ ସାଙ୍ଗରେ ସତ୍ୟବାଦୀ ପୁଲିସ ଓ ଖଣ୍ଡଗିରି ପୁଲିସ ଚନ୍ଦକା ଜଙ୍ଗଲରୁ ମୁଣ୍ଡକଟା ମୃତଦେହ ଉଦ୍ଧାର କରିଛନ୍ତି ।