ପ୍ରେମିକର ପାଗଳାମୀ ! ବିବାହ କରିବାକୁ ପ୍ରେମିକା ମନା କରିବାରୁ ୫ ଲକ୍ଷ ଟଙ୍କାରେ ଲଗାଇଲା ନିଆଁ ।

43

ମଧ୍ୟପ୍ରଦେଶର ସିହୋର ଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ପ୍ରେମିକା ବିବାହ କରିବାକୁ ମନା କରିବାରୁ ୫ ଲକ୍ଷ ଟଙ୍କା ନୋଟରେ ନିଆଁ ଲଗାଇଦେଇଛି ପ୍ରେମିକ । ସୂଚନା ଅନୁଯାୟୀ, ସମ୍ପୃକ୍ତ ପ୍ରେମିକ ଜଣଙ୍କ ଏକ ପ୍ରାଇଭେଟ କମ୍ପାନୀରେ କ୍ୟାସିୟର କାମ କରୁଥିଲେ । ତେବେ ଏହି ଟଙ୍କାକୁ ସେ କମ୍ପାନୀର ଟ୍ରେଜେରୀରୁ ଆଣିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ସମ୍ପୃକ୍ତ କ୍ୟାସିୟର ଜିତେନ୍ଦ୍ର ଗୋୟଲକୁ ଗିରଫ କରିଛି । ତେବେ ଏହି ବାବଦରେ ପୋଲିସର କହିବା କଥା, ଏହି ଟଙ୍କା ଜିତେନ୍ଦ୍ର ନିଜ ପ୍ରେମିକାଙ୍କୁ ଦେଖାଇବାକୁ ଆଣିଥିଲା । ଯେପରି ପ୍ରେମିକା ଟଙ୍କା ଦେଖି ବିବାହ ପାଇଁ ରାଜି ହୋଇଯିବ । କିନ୍ତୁ ପ୍ରେମିକାର ବିବାହ ଅନ୍ୟ କାହା ସହ ହେବାପାଇଁ ସ୍ଥିର ହୋଇଯିବା ପରେ ସେ ଜିତେନ୍ଦ୍ରକୁ ବିବାହ ପାଇଁ ମନା କରିଦେଇଥିଲେ । ଆଉ ଏହି ଘଟଣାରେ କ୍ରୋଧିତ ହୋଇ ଜିତେନ୍ଦ୍ର ତାଙ୍କ ପାଖରେ ଥିବା ୫ଲକ୍ଷ ଟଙ୍କାରେ ନିଆଁ ଲଗାଇ ଦେଇଥିଲେ ।

ପୋଲିସ କହିବା ଅନୁଯାୟୀ, ସ୍ପନ୍ଦନା ସ୍ଫୃର୍ତି ଫାଇନାନ୍ସ କମ୍ପାନୀରେ ପ୍ରାଇଭେଟ ଫାଇନାନ୍ସ କରାଯାଇଥାଏ । ଆଉ ଏଠାରେ ଜିତେନ୍ଦ୍ର ଗୋୟଲ କ୍ୟାସିୟର କାମ କରୁଥିଲେ । ଆଉ କମ୍ପାନୀର ଚାବି ଜିତେନ୍ଦ୍ରଙ୍କ ପାଖରେ ହିଁ ରହୁଥିଲା । ଏପିଲ ୧୭-୧୮ ରାତିରେ କ୍ୟାସିୟର ଜିତେନ୍ଦ୍ର କମ୍ପାନୀ ଟ୍ରେଜେରୀରୁ ୬ ଲକ୍ଷ ୭୪ ହଜାର ଟଙ୍କାର ନେଇ ଫେରାର ହୋଇଯାଇଥିଲେ ।

କମ୍ପାନୀ ମ୍ୟାନେଜରଙ୍କ ଅଭିଯୋଗ ଆଧାରରେ ନସରୁଲାଗଞ୍ଜ ପୋଲିସ ଜିତେନ୍ଦ୍ର ଗୋୟଲଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଜଳିଯାଇଥିବା ନୋଟ ଗୁଡକି ମଧ୍ୟରେ ୨୦୦୦ ଟଙ୍କାର ନୋଟ ଠାରୁ ଆରମ୍ଭ କରି ୫୦୦ ଟଙ୍କା, ୨୦୦ ଟଙ୍କା ଏବଂ ୧୦୦ ଟଙ୍କାର ନୋଟ ମଧ୍ୟ ରହିଥିଲା । ଗିରଫ ପରେ ଜିତେନ୍ଦ୍ର ଠାରୁ ୪୬ ହଜାର ଟଙ୍କା ଜବତ କରିଛି ।