ବନ୍ଧୁ ହେଲେ ବାନ୍ଧବୀ ! ଲିଙ୍ଗ ପରିବର୍ତ୍ତନ ପରେ ଗଢିଲେ ସଂସାର

178

ସିନେମା ‘ସୋଲେ’ର ଜୟ ବୀରୁଙ୍କ କାହାଣୀ ସମସ୍ତେ ଜାଣନ୍ତି । ଅନେକ କ୍ଷେତ୍ରରେ ଏମାନଙ୍କ ବନ୍ଧୁତ୍ୱର ଉଦାହରଣ ଦିଆଯାଇଥାଏ । ଏବେ ଆଉ ଜଣେ ଜୟ ବୀରୁଙ୍କ କାହାଣୀ ଆସିଛି ସାମ୍ନାକୁ । ହେଲେ ଏମାନଙ୍କ ଷ୍ଟୋରୀରେ ଅଛି ଟିକେ ଟ୍ୱିଷ୍ଟ୍ । କାରଣ ଜଣେ ନିଜ ଲିଙ୍ଗ ପରିବର୍ତ୍ତନ କରିବା ପରେ ଅନ୍ୟ ଜଣେ ତାଙ୍କୁ ବିବାହ କରିଛନ୍ତି । ଘଟଣାଟି ଘଟିଛି ଅହମ୍ମଦାବାଦରେ ।

ରବି ଅର୍ଜୁନ୍ ଦାସ ଓ ପ୍ରେମ୍ କୁମାର ପିଲା ବେଳୁ ଖୁବ୍ ଭଲ ସାଙ୍ଗ । ଆଉ ଏମାନଙ୍କ ବନ୍ଧୁତ୍ୱର ଗଭୀରତା କେହି ନଦେଖିଲେ ବିଶ୍ୱାସ କରି ପାରନ୍ତିନି । ତେବେ ପିଲା ବେଳୁ ଝିଅ ହେବା ପାଇଁ ଇଚ୍ଛା ରଖିଥିବା ରବି ନିକଟରେ ୫ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ ପ୍ରେମ୍ ଅନୁଭବ କଲେ ଏହି ଅପରେସନ୍ ପରେ ରବିଙ୍କୁ କେହି ବିବାହ କରିବେନି ସେତେବେଳେ ସେ ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଲେ । ଆଉ ନିଜ ଇଛାରେ ରବିଙ୍କୁ ବିବାହ କରିବାକୁ ନିଷ୍ପତି ନେଲେ ।

ଗତ ଭାଲେନ୍ସଟାଇନ୍ସ ଡେ ରେ ଉଭୟ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି । ଏବେ ରବି ନିଜ ନାଁ ପରିବର୍ତ୍ତନ କରି ଟିୟା ରଖିଛନ୍ତି । ଉଭୟଙ୍କ ପରିବାର ଏହି ସଂପର୍କକୁ ଗ୍ରହଣ ମଧ୍ୟ କରିଛନ୍ତି । ଏବେ ଏହି ଦମ୍ପତି ଦୁଇଟି ପୋଷ୍ୟ ସନ୍ତାନ ଗ୍ରହଣ କରିବା ସହ ସମାଜକୁ ନାକେବଳ ବନ୍ଧୁତ୍ୱର ଉଦାହରଣ ବରଂ ସଂପର୍କ ଏବଂ ପ୍ରେମର ପରିଭାଷା ମଧ୍ୟ ବୁଝାଇଛନ୍ତି ।

ଏହା ସହ ଦେଖନ୍ତୁ ମହାଭାରତର ଅଭିଶପ୍ତ ଅଶ୍ୱଥାମା ଜୀବିତ! ଭାଇରାଲ୍ ହେଉଛି ଫଟୋ