ବ୍ୟାଟେରୀ ଫାଟି ଛିଡିଗଲା ୩ ଆଙ୍ଗୁଠି । ବ୍ୟାଟେରୀରେ ତାର ସଂଯୋଗ କରି ଖେଳୁଥିଲା ନାବାଳକ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ।

1,058

କନକ ବ୍ୟୁରୋ : ଖେଳ ହେଲା କାଳ । ବ୍ୟାଟେରୀ ଫାଟି ଛିଡିଗଲା ନାବାଳକର ୩ଟି ଆଙ୍ଗୁଠି । ଭଦ୍ରକରେ ଘଟିଛି ଏକ ଅଭାବନୀୟ ଘଟଣା । ଭଦ୍ରକ ତିହିଡି ଥାନା ଅନ୍ତର୍ଗତ ତରାଶୁଣୀ ଗାଁରେ ବ୍ୟାଟେରୀରେ ତାର ସଂଯୋଗ କରି ନାବାଳକ ଜଣଙ୍କ ଖେଳୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା ।

ନାବାଳକ ଜଣଙ୍କ ଘରେ ବସି ଖେଳୁଥିବା ବେଳେ ଏହି ଘଟଣା ଘଟିଥିଲା । ଏଥିରେ ସଂପୃକ୍ତ ନାବାଳକ ଜଣଙ୍କ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି ।