ରାଜଧାନୀରେ ନାବାଳକକୁ ଅମାନବୀୟ ନିର୍ଯାତନା ! ମୋବାଇଲ ଚୋରି ଅଭିଯୋଗରେ ନାବାଳକକୁ ସମସ୍ତଙ୍କ ସାମ୍ନାରେ ଲଣ୍ଡା କଲେ ଲୋକେ ।

102

କନକ ବ୍ୟୁରୋ : ମୋବାଇଲ ଚୋରି ପାଇଁ ନାବାଳକକୁ ଦଣ୍ଡ । ମାନବିକାତାର ସବୁ ସୀମା ପାର ହୋଇଗଲା । ସ୍ଥାନୀୟ ଲୋକେ ପିଲାଟିକୁ ଗୋଟିଏ ସ୍ଥାନରେ ବସାଇ ସମସ୍ତଙ୍କ ସାମନାରେ ଲଣ୍ଡା କରି ଦେଇଥିଲେ । ଲଣ୍ଡା କରିବା ସମୟରେ ନାବାଳକ ଜଣଙ୍କ ନିରୁପାୟ ହୋଇ ବସିରହିଥଲେ । ସେହି ସମୟର ଚିତ୍ର କଏଦ ହୋଇଥିଲା ମୋବାଇଲ କ୍ୟାମେରାରେ । ଏହି ଘଟଣା ଘଟିଛି ଭୁବନେଶ୍ୱର ବରଗଡ ମାଛ ମାର୍କେଟରେ ।

ଅଭିଯୋଗ ହୋଇଛି ଯେ ଏହି ନାବାଳକ ଜଣଙ୍କ ଏକ ମୋବାଇଲ ଫୋନ ଚୋରି କରିଥିଲେ । ସ୍ଥାନୀୟ ଲୋକେ ନାବାଳକକୁ ପୋଲିସ ଜିମା ଦେବା ପରିବର୍ତ୍ତେ ଏପରି ଦଣ୍ଡବିଧାନ କରିଥିଲେ । ମାନବାଧିକାର କର୍ମୀ ଅନୁପ ପରିଡା କହିଛନ୍ତି ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବେ ।