ଅନଲାଇନରେ ଅର୍ଡର କରିଥିବା ମୋବାଇଲ ହେଲା ବ୍ଲାଷ୍ଟ : ୮ବର୍ଷୀୟ ଶିଶୁକୁ ହରାଇବାକୁ ପଡିଲା ହାତ  

132

ଅନଲାଇନରେ ଅର୍ଡର କରିଥିବା ମୋବାଇଲ ବ୍ଲାଷ୍ଟ ହେବାରୁ ୮ବର୍ଷୀୟ ପୁଅକୁ ନିଜ ହାତ ହରାଇବାକୁ ପଡିଛି । ଏହି ଭୟଙ୍କର ଘଟଣା ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାର ଜିରଗା ଗାଁରେ ହୋଇଛି । ଏହି ଘଟଣା ପରେ ଗାଁରେ ଏବେ ଭୟଭୀତ ଅଛନ୍ତି । ଜିରଗା ଗାଁର ଶ୍ରୀପତ ଯାଧବ ଜଣେ କୃଷକ । ଶ୍ରୀପତ ଟିଭିରୁ ବିଜ୍ଞାପନ ଦେଖିବା ପରେ ଅନଲାଇନ ମୋବାଇଲ ଅର୍ଡର କରିଥିଲେ ।

ସେହି ବିଜ୍ଞାପନରେ ୧୫୦୦ ଟଙ୍କାରେ ୩ଟି ମୋବାଇଲ ଓ ଗୋଟିଏ ଘଡି ଫ୍ରି ବୋଲି ଆସିଥିଲା । କମ୍ପାନୀର ନାଁ ‘ଆୟକାଁଲ କେ ୭୨’ ଥିଲା । ଏହି ବିଜ୍ଞାପନ ଦେଖିବା ପରେ ଶ୍ରୀପତ ଅନଲାଇନ ମୋବାଇଲ କିଣିଲେ । ୧୫୦୦ ଟଙ୍କାରେ ୩ଟି ମୋବାଇଲ କିଣିବା ପରେ ସେମଧ୍ୟରୁ ଗୋଟିଏର ବ୍ୟବହାର ଗତ ଦେଢ଼ ମାସରୁ କରୁଥିଲେ । ଏହି ମୋବାଇଲରେ ତାଙ୍କ ବଡ ପୁଅ ପ୍ରଶାନ୍ତ(ବୟସ ୮ବର୍ଷ) ଗେମ୍ ଖେଳୁଥିଲା । ସେହି ସମୟରେ ମୋବାଇଲ ହଠାତ୍ ବ୍ଲାଷ୍ଟ ହୋଇଯାଇଥିଲା । ଏହି ବ୍ଲାଷ୍ଟରେ ପ୍ରଶାନ୍ତର ବାମ ହାତର ୫ଟି ଆଙ୍ଗୁଠି ଛିଣ୍ଡି ଗଲା । ତାଙ୍କ ହାତରେ ମଧ୍ୟ କ୍ଷତବିକ୍ଷତ ହୋଇଗଲା । ମୋବାଇଲର କିଛି ଖଣ୍ଡ ପ୍ରଶାନ୍ତର ପେଟ ଓ ଛାତିରେ ବାଜିଲା । ଏହି ବ୍ଲାଷ୍ଟ କାରଣରୁ ପ୍ରଶାନ୍ତକୁ ତାର ବାମ ହାତ ହରାଇବାକୁ ପଡିଲା । ତାଙ୍କ ଗରୀବ ପରିବାର ଉପରେ ବହୁତ ବଡ ଆର୍ଥିକ ଓ ମାନସିକ ବୋଝ ଆସିଯାଇଛି । ମୋବାଇଲ କାରଣରୁ ୮ ବର୍ଷର ଶିଶୁ ସ୍ଥାୟୀ ରୂପରେ ଅକ୍ଷମ ହୋଇଯାଇଛି ।