ପରିଚିତ ପ୍ରେମିକ ହେଲା ଅପରିଚିତ ରାକ୍ଷାସ ! ପ୍ରେମିକାକୁ ନୃଶଂସ ଭାବେ କଲା ହତ୍ୟା

34

କନକ ବ୍ୟୁରୋ : ଜୟପୁରରେ ପ୍ରେମ ସଂପର୍କକୁ ନେଇ ଗୁଳିକାଣ୍ଡ । ପ୍ରେମିକାକୁ ଗୁଳି କରି ହତ୍ୟା କଲା ପ୍ରେମିକ । ଜୟପୁର ବାରିଣୀପୁଟରେ ଗୋଟିଏ ପରିବାରରେ ଜଣେ ବୃଦ୍ଧାଙ୍କ ମୃତ୍ୟୁର ୩ଦିନ ପାଳନ ଚାଲିଥିବାବେଳେ ଏହି ହତ୍ୟାକାଣ୍ଡ ଘଟିଛି । ପଡୋଶୀଙ୍କ କହିବା ଅନୁସାରେ ସେହି ଘରର ଝିଅ ବି. ପିଙ୍କିଙ୍କୁ ପ୍ରେମ କରୁଥିଲା ଉମ୍ରି ଅଂଚଳରେ ରହୁଥିବା ଝିଅର ମାମୁ ପୁଅ ଅଜିତ ଖରା । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲା ଅଜିତ ।

ଝିଅ ସହ ଘର ଛାତ ଉପରେ ସେମାନଙ୍କ ପ୍ରେମ ସଂପର୍କ ନେଇ ଆଲୋଚନା କରୁଥିବାବେଳେ ହଠାତ ଉତକ୍ଷିପ୍ତ ହୋଇପଡିଥିଲା ଯୁବକ ଜଣକ । କାରଣ ଝିଅର ବିବାହ ଅନ୍ୟତ୍ର ସ୍ଥିର କରିଥିଲେ ପରିବାର ଲୋକ । ପାଖରେ ରଖିଥିବା ପିସ୍ତଲରେ ଝିଅର ମୁଣ୍ଡକୁ ଦୁଇ ରାଉଣ୍ଡ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ପିଙ୍କି । ଶବ୍ଦ ଶୁଣି ପରିବାର ଲୋକେ ଛାତ ଉପରକୁ ଯିବା ପରେ ପିଙ୍କିଙ୍କୁ ହତ୍ୟା କରିଥିବା ସ୍ୱୀକରା କରିିଥିଲା ଅଜିତ ।

ଝିଅର ମୃତଦେହ ଦେଖି ଉତ୍ୟକ୍ତ ପରିବାର ଲୋକେ ଅଜିତକୁ ନିସ୍ତୁକ ମାଡ ମାରିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲି୍ସ ଘଟଣାସ୍ଥଳରେ ସାଇଂଟିଫିକ ଟିମ ସହ ପହଂଚି ଅଧିକ ଅନୁସନ୍ଧାନ ଚଳାଇଛି । ତେବେ ପ୍ରେମ ସଂପର୍କକୁ ଅସ୍ୱୀକାର କରିଛନ୍ତି ଝିଅର ପରିବାର ଲୋକେ ।