ଆତଙ୍କବାଦୀଙ୍କ ପାଇଁ ଚାନ୍ଦା : ପୁଲିସ କହିଲା, ତଦନ୍ତ ପରେ ପଦାକୁ ଆସିବ ସତ୍ୟ

11

ସାଲେପୁର : ଆତଙ୍କବାଦୀଙ୍କ ପାଇଁ ଚାନ୍ଦା ଆଦାୟ ଅଭିଯୋଗ । ଅବଦୁର ରେହମାନଙ୍କ ପାଇଁ ଗୁପ୍ତ ବୈଠକ କରି ଚାନ୍ଦା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ୫ ଜଣ ବ୍ୟକ୍ତି ଗୁପ୍ତ ବୈଠକ କରି ୫୦ ହଜାର ଟଙ୍କା ଜୁଲୁମ୍ କରୁଥିବା ଅଭିଯୋଗ ହୋଇଛି । ସାଇଁପଡା ଗାଁର ଶେଖ୍ ତହିମୀର ଅଲ୍ଲୀ ଏନେଇ ସାଲେପୁର ଥାନାରେ ଏତଲା ଦେଇଛନ୍ତି । ଏତଲା ହୋଇଛି, ତଦନ୍ତ ପରେ ଘଟଣାର ସତ୍ୟାସତ ଜଣାପଡିବ ବୋଲି କହିଛନ୍ତି ସାଲେପୁର ଏସଡିପିଓ ପ୍ରଦ୍ୟୁମ୍ନ କୁମାର ଜେନା ।