କିଏ ମାରିଲା ବାଜି ! ଜାଣନ୍ତୁ ଭୂମି, ହସିନା ପାରକର୍ ଏବଂ ନ୍ୟୁଟନର ବକ୍ସ ଅଫିସ୍ କଲେକ୍ସନ୍

35

ଶୁକ୍ରବାର ଏକାଥରେ ରିଲିଜ୍ ହୋଇଛି ତିନିଟି ସିନେମା । ସଂଜୟ ଦତ୍ତଙ୍କ ‘ଭୂମି’, ରାଜକୁମାର ରାଓଙ୍କ ‘ନ୍ୟୁଟନ୍’ ଏବଂ ଶ୍ରଦ୍ଧା କପୁରଙ୍କ ‘ହସିନା ପାରକର୍’ । ରିଲିଜ୍ ପୂର୍ବରୁ ହିଁ ଚର୍ଚ୍ଚା ସାଉଁଟିସାରିଛି ତିନିଟି ଯାକ ସିନେମା । ବକ୍ସ ଅଫିସରେ ପରସ୍ପରକୁ ମଧ୍ୟ ଦେଇଛନ୍ତି କଡା ଟକ୍କର । ତେବେ ଏହି ସିନେମା ଗୁଡିକର ବକ୍ସ ଅଫିସ୍ କଲେକ୍ସନ୍ ସାମ୍ନାକୁ ଆସିଛି । ସିନେମା ଭୂମି ଏବଂ ନ୍ୟୁଟନକୁ ଦର୍ଶକ ମହଲରେ ବେଶ୍ ଆଦୃତ ହୋଇଛି । ଓସ୍କାର୍ ଦୌଡରେ ସାମିଲ୍ ହୋଇଛି ସିନେମା ନ୍ୟୁଟନ୍ । ଏବେ ନଜର ପକାନ୍ତୁ ସିନେମା ଗୁଡିକର ବକ୍ସ ଅଫିସ୍ କଲେକ୍ସନ୍ ଉପରେ ।

ଭୂମି :

bhoomi-759ସିନେମାରେ ସଂଜୟ ଦତ୍ତ ଏବଂ ଅଦିତି ରାଓ ହାଇଦାରୀ ମୁଖ୍ୟ ଭୂମିକାରେ ଅଛନ୍ତି । ବାପ ଝିଅଙ୍କ ସଂପର୍କ ଉପରେ ଆଧାରିତ ସିନେମା ‘ଭୂମି’ । ସିନେମା ଜରିଆରେ କମବ୍ୟାକ୍ କରିଛନ୍ତି ସଂଜୟ ଦତ୍ତ । ତେବେ ଶୁକ୍ରବାର ଦିନ ସିନେମାଟି ୨.୨୫ କୋଟି ଆୟ କରିଥିବା ବେଳେ ଶନିବାର ଦିନ କରିଛି ୨.୪୭ କୋଟି । ମୋଟ୍ ୪.୭୨ କୋଟି ଆୟ କରିଛି ଭୂମି । ବର୍ତ୍ତମାନ ସୁଦ୍ଧା ଅନ୍ୟ ଦୁଇଟି ସିନେମାଠାରୁ ଭୂମି ଅନେକ ଆଗରେ ରହିଛି । ତେବେ ଭୂମିର ଆୟ ଆଗକୁ ଭଲ ରହିବ କି ପଛରେ ପଡିବ କହିହେବ ନାହିଁ । କାରଣ ଭୂମିକୁ ଜୋରଦାର୍ ଟକ୍କର ଦେଉଛି ରାଜକୁମାର ରାଓଙ୍କ ନ୍ୟୁଟନ୍ ।

ନ୍ୟୁଟନ୍ :

newtonଜଣେ ସଚ୍ଚୋଟ ସରକାରୀ କର୍ମଚାରୀର କାହାଣୀ ଉପରେ ଆଧାରିତ ସିନେମା ‘ନ୍ୟୁଟନ୍’ । ବିଭିନ୍ନ ବାଧାବିଘ୍ନ ସତ୍ତ୍ୱେ ମାଓବାଦୀ ପ୍ରବଣ ଅଂଚଳରେ ନିଷ୍ଠାପର ଭାବରେ ଭିଭଳି ନିଜ କର୍ତ୍ତବ୍ୟ କରୁଛନ୍ତି ତାହା ଏହି ସିନେମାରେ ଉପସ୍ଥାପନ କରାଯାଇଛି । ରାଜକୁମାର ରାଓଙ୍କ ନ୍ୟୁଟନଙ୍କୁ ଉଭୟ କ୍ରିଟିକ୍ସ ଏବଂ ଦର୍ଶକଙ୍କ ପ୍ରଶଂସା କରିଛନ୍ତି । ଏପରିକି ସର୍ବଶେଷ୍ଠ ପୁରସ୍କାର ଓସ୍କାର୍ ଦୌଡରେ ମଧ୍ୟ ସାମିଲ୍ ହୋଇଛି । ତେବେ ପ୍ରଥମ ଦିନରେ ଏହି ସିନେମାର ଆୟ ୯୬ ଲକ୍ଷ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ରହିଛି ୨.୫୨ କୋଟି । ନ୍ୟୁଟନର ମୋଟ୍ ଆୟ ଏଯାଏଁ ରହିଛି ୩.୪୮ କୋଟି । ଅନ୍ୟପଟେ ଟିମ୍ ନ୍ୟୁଟନ୍ ପାଇଁ ଆଉ ଏକ ଖୁସି ଖବର ଆସିଛି । କେନ୍ଦ୍ର ସରକାର ଏକ କୋଟି ଟଙ୍କା ପ୍ରଦାନ କରିବେ ବୋଲି ସୂଚନା ମିଳିଛି । ଭଲ ସିନେମାକୁ ପ୍ରୋତ୍ସାହନ ଦେବାପାଇଁ କେନ୍ଦ୍ର ସରକାର ଏହି ଅର୍ଥ ଦେଇଥିବା କହିଛନ୍ତି ସି ଭି ରେଡ୍ଡି ।

ହସିନା ପାରକର୍ :

haseena_647_061617062346ଶ୍ରଦ୍ଧା କପୁରଙ୍କ ଅଭିନୀତ ଏହି ସିନେମାର ଆୟ ଏଯାଏଁ ସଠିକ୍ ଭାବେ ଜଣା ପଡିନାହିଁ । ସିନେମାକୁ ନେଇ ଅଲଗା ଅଲଗା ଆୟ ସାମ୍ନାକୁ ଆସିଛି । ଏକ ରିପୋର୍ଟ ମୂତାବକ ପ୍ରଥମ ଦିନରେ ୧.୮୭ କୋଟି ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ କରିଛି ୨.୬୦ କୋଟି । ମୋଟ୍ ଆୟ ହେଉଛି ୪.୪୭ କୋଟି । ଅନ୍ୟ ଏକ ରିପୋର୍ଟ ମୂତାବକ ପ୍ରଥମ ଦିନର ଆୟ ୧.୩୭ କୋଟି ଥିବା ବେଳେ ଦ୍ୱିତୀୟ ଦିନର ଆୟ ୧.୪୦ କୋଟି ବୋଲି ଜଣା ପଡିଛି । ତେବେ ସିନେମାକୁ ଭଲ ରିଭ୍ୟୁ ଦେଇନାହାଁନ୍ତି କ୍ରିଟିକ୍ସ ।