ମନମୁଣ୍ଡା ଘଟଣାର ପ୍ରତିବାଦ : ଆଜି ବିଜେପି ପକ୍ଷରୁ ୧୨ ଘଂଟିଆ ବୌଦ୍ଧ ବନ୍ଦ

38

ବୌଦ୍ଧ : ବୌଦ୍ଧ ମନମୁଣ୍ଡାରେ ବିଜେପି କର୍ମୀଙ୍କୁ ବିଜେଡି ନେତାଙ୍କ ମାଡ ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ୧୨ ଘଂଟିଆ ବୌଦ୍ଧ ବନ୍ଦ । ସକାଳୁ ସମସ୍ତ ଦୋକାନ, ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି । ବିଜେଡି ମନ୍ତ୍ରୀ ଓ ନେତାଙ୍କ ଗିରଫ ଦାବି କରିଛି ଦଳ । ଗତ ୫ ଦିନ ହେବ ଜିଲ୍ଳା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ଦିଆଯାଇଥିଲା । କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନିଆଯିବାରୁ ଆଜି ବୌଦ୍ଧ ବନ୍ଦ ଡାକରା ଦେଇଛି ବିଜେପି ।

ଗତ ୨୯ ତାରିଖରେ ମହାନଦୀ ବିବାଦ ନେଇ ରାଲି କରିବାକୁ ଯାଉଥିବା ଦୁଇ ମନ୍ତ୍ରୀ ସଂଜୟ ଦାସବର୍ମା ଓ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ କଳାପତାକା ଦେଖାଇଥିଲେ କେତେ ଜଣ ବିଜେପି କର୍ମୀ । ଏହି ପ୍ରତିବାଦ କରୁଥିବା କର୍ମୀଙ୍କୁ ନିସ୍ତୁକ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ସେପଟେ ଏନେଇ ମନମୁଣ୍ଡା ଥାନାରେ ଦୁଇ ମନ୍ତ୍ରୀଙ୍କ ସମେତ ୫ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି ।