ସାମ୍ନାକୁ ଆସିଲା ବୌଦ୍ଧ ଥାନା ଅଧିକାରୀଙ୍କ ଦାଦାଗିରି : ଟ୍ୟାଙ୍କର ଓଲଟିବା ବେଳେ ପୋଲିସ ଡ୍ରାଇଭରଙ୍କୁ ମାରିଥିଲେ ମାଡ଼

57

କନକ ବ୍ୟୁରୋ : ସାମ୍ନାକୁ ଆସିଲା ବୌଦ୍ଧ ଥାନା ଅଧିକାରୀଙ୍କ ଦାଦାଗିରିର ଚିତ୍ର । ଯାହାକୁ ନେଇ ପ୍ରବଳ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ଗତ ୨୭ ତାରିଖରେ ଏକ ଡିଜେଲ ଟ୍ୟାଙ୍କର ଓଲଟି ପଡିଥିବାବେଳେ ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ନିଜ ବିଭାଗର ଜଣେ କର୍ମଚାରୀଙ୍କୁ ମାଡ଼ ମାରିଥିଲେ ଥାନା ଅଧିକାରୀ ।

ଡିଜେଲ ଟ୍ୟାଙ୍କରରୁ ଲୋକେ ଡିଜେଲ ନେବାକୁ ଉଦ୍ୟମ କଲାବେଳେ ଠେଙ୍ଗାରେ ଘଉଡାଇବାକୁ ଉଦ୍ୟମ କରିଥିଲେ ପୋଲିସ । ଆଉ ଏତିକିବେଳେ ଥାନାର ଡ୍ରାଇଭର ଜଣେ ମହିଳାଙ୍କୁ ଘଉଡାଇବାବେଳେ, କିଛି ଡିଜେଲ ଛିଟିକି ପଡିଥିଲା ଥାନା ଅଧିକାରୀଙ୍କ ଉପରକୁ । ସେଥିଲାଗି ଉତ୍ୟକ୍ତ ହୋଇ ସେହି କର୍ମଚାରୀଙ୍କୁ ଠେଙ୍ଗାରେ ପାହାରେ ପକାଇଥିଲେ ଥାନା ଅଧିକାରୀ ।

ଏହା ପ୍ରତିବାଦରେ ଏସପି ଅଫିସ ଘେରାଉ କରିଥିଲା ହୋମଗାର୍ଡ ସଂଘ । ସେହି ବୌଦ୍ଧ ଜିଲ୍ଲାରେ ଜଣେ ଏଏସଆଇଙ୍କୁ ପୂର୍ବତନ ଏସପି ଜୋତାରେ ମାଡ ମାରିବା ଘଟଣାକୁ ନେଇ ଚର୍ଚ୍ଚା ହୋଇଥିଲା । ଏବେ ପୁଣି କାର୍ଯ୍ୟରତ ଜଣେ ପୋଲିସ କର୍ମଚାରୀଙ୍କୁ ବୌଦ୍ଧ ଥାନାଧିକାରୀ ମାଡ ମାରିବା ଘଟଣା ପୁଣି ଚର୍ଚ୍ଚାର ବିଷୟ ହୋଇଛି ।

ଦେଖନ୍ତୁ ଏହି ଭିଡିଓ –