ବୌଦ୍ଧକୁ ନେଇ ବିବାଦ : ଜନତା ପ୍ରଶାସନ ମୁହାଁମୁହିଁ

31

ବୌଦ୍ଧ : ବୌଦ୍ଧ ଏକ ନିକୃଷ୍ଟ ଜିଲ୍ଲା । ଏକ ଦଣ୍ଡବିଧାନ ଅଂଚଳ । ଛୁଟି ଦିନ ଓ ସନ୍ଧ୍ୟାରେ ଏଠାରେ ଖାଦ୍ୟ ମିଳେନାହିଁ । ଏପରିକି ଭଦ୍ର ବ୍ୟକ୍ତିଟିଏ ମିଳନ୍ତି ନାହିିଁ । ବୌଦ୍ଧ ବାର୍ତାବହ-୨୦୧୬ରେ ପ୍ରକାଶ ପାଇଛି ଏଭଳି ଲେଖା । ଆଉ ଜିଲ୍ଲାକୁ ଆକ୍ଷେପ କରି ଏହି ଲେଖା ଲେଖିଛନ୍ତି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକ । ଯାହାକୁ ନେଇ ଜିଲ୍ଲାରେ ତୁମ୍ବିତୋଫାନ୍ । ଅଧିକାରୀଙ୍କୁ ଘେରିଛନ୍ତି ଜିଲ୍ଲାବାସୀ । ବୌଦ୍ଧବାସୀଙ୍କୁ ତୁରନ୍ତ କ୍ଷମା ମାଗିବା ସହ ତାଙ୍କୁ ତୁରନ୍ତ ବଦଳି କରିବାକୁ ଦାବି ହୋଇଛି ।
ବୁଦ୍ଧିଜୀବୀ

ପ୍ରକାଶିତ ହୋଇଥିବା ଲେଖାରେ ବୌଦ୍ଧ ଜିଲ୍ଲାକୁ ବିଭିନ୍ନ ଅର୍ଥରେ ଆକ୍ଷେପ କରାଯାଇଛି । ଏଥିସହ ବିଭାଗୀୟ ନିର୍ଦ୍ଦେଶକ ଅଧିକାରୀଙ୍କୁ କହୁଛନ୍ତି ତୁମେ ୧୫ ଦିନ ବୌଦ୍ଧରେ ରୁହ ଏବଂ ବାକି ୧୫ ଦିନ ଭୁବନେଶ୍ୱରରେ । ୬ମାସ ପରେ ମୁଁ ତୁମକୁ ବଦଳି କରି ନେଇଯିବି । ଜିଲ୍ଲା ସମ୍ପର୍କରେ ବିବାଦୀୟ ଲେଖାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।
ବୁଦ୍ଧିଜୀବୀ

ଲେଖା ପ୍ରକାଶ ପାଇବା ପରେ ଆଜି ବସିଥିବା ସାଧାରଣତନ୍ତ୍ରଦିବସ ପ୍ରସ୍ତୁତି ବୈଠକରେ ଉତେଜନା ଦେଖାଦେଇଥିଲା । ମୁହାଁମୁହିଁ ହୋଇଥିଲେ ଜନତା-ପ୍ରଶାସନ । ସଂପୃକ୍ତ ଅଧିକାରୀଙ୍କୁ ତୁରନ୍ତ ବଦଳି କରାନଗଲେ ଆଗକୁ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପୁଜିବ ବୋଲି ଚେତାବନୀ ଦିଆଯାଇଛି ।