ମରୁଡି ସହାୟତା ଦାବିରେ ଭାରତୀୟ କିଷାନ ସଂଘର୧୨ ଘଂଟିିଆ ବୌଦ୍ଧ ବନ୍ଦ

21

ବୌଦ୍ଧ: ମରୁଡି ସହାୟତା ଦାବିରେ ଭାରତୀୟ କିଷାନ ସଂଘର ବୈାଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଆଜି ୧୨ ଘଂଟିିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ କରାଯାଉଛି । ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଜି ଯାଏଁ ସରକାରଙ୍କ ପକ୍ଷରୁ କୈାଣସି ସହାୟତା ପ୍ରଦାନ କରାଯାଇ ନଥିବାରୁ ଏହି ବନ୍ଦ ଡାକରା ଦିଆଯାଇଛି । ସରକାରଙ୍କ ପକ୍ଷରୁ ବାରମ୍ବାର ଚାଷୀମାନଙ୍କୁ ପ୍ରତାରିତ କରାଯାଉଥିବା ଅଭିଯୋଗ କରିଛି ସଂଘ । ବନ୍ଦ ପ୍ରଭାବ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଛି ।