ଲାଂଚକୁ ନେଇ ରାଗିଲେ ବୌଦ୍ଧ ଏସପି : ଜୋତା ଖୋଲି ଏଏସଆଇଙ୍କୁ ମାଡ ମାରିଥିବା ଅଭିଯୋଗ

18

ବୌଦ୍ଧ : ଏସପିଙ୍କୁ ଲାଂଚ ଦେବା ମହଙ୍ଗା ପଡିଛି ଏଏସଆଇଙ୍କୁ  । ଯାହାର ପରିଣାମ ସ୍ୱରୁପ ଏଏସଆଇଙ୍କୁ ଜୋତାରେ ପିଟିଛନ୍ତି ଏସପି । ବୌଦ୍ଧ ଏସପି କାର୍ଯ୍ୟାଳୟରେ ଘଟିଛି ଏହି ଘଟଣା । ଏସପି କାର୍ଯ୍ୟାଳୟରେ ଏଏସଆଇ ଭାବେ କାମ କରୁଥିବା ପ୍ରହ୍ଲାଦ କହଁର ଏହି ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁସାରେ, ପ୍ରହ୍ଲାଦ କହଁର ମାନସିକ ରୋଗ ପାଇଁ ଚିକିତ୍ସିତ ହେଉଥିଲେ । ଆଉ ଅନୁପସ୍ଥିତି କାରଣରୁ ୬୦ ଦିନର ଦରମା କଟିଯାଇଥିଲା । ପରେ ଏସପି ତାଙ୍କର ଛୁଟି ଅନୁମୋଦନ କରି ଦରମା ଦେବାର ବ୍ୟବସ୍ଥା କରାଇ ଦେଇଥିଲେ । ଆଉ ଏଥିରେ ଖୁସି ହୋଇ ଏସପିଙ୍କୁ ୨୦ହଜାର ଟଙ୍କା ଲାଂଚ ଦେଉଥିଲେ ପ୍ରହ୍ଲାଦ । ଆଉ ଏଥିରେ ଉତକ୍ଷିପ୍ତ ହୋଇ ଉଠିଥିଲେ ଏସପି । ଅଭିଯୋଗ ଅନୁସାରେ ଚାପୁଡା ସହ ଜୋତା ଖୋଲି ବାଡେଇଥିଲେ ।

ସେପଟେ ଏନେଇ କିଛି କହିବାକୁ ମନା କରିଦେଇଥିଲେ ଏସପି ଓ ମାଡ ଅଭିଯୋଗକୁ ମିଛ ବୋଲି କହିଥିଲେ ।