ବୌଦ୍ଧ ଜର୍ଣ୍ଣାଲିଷ୍ଟ ଫୋରମ୍ ପକ୍ଷରୁ ଆୟୋଜିତ ୧୩ ତମ ପୁସ୍ତକ ମେଳା ଉଦଯାପିତ

41

କନକ ବ୍ୟୁରୋ : ବୌଦ୍ଧ ଜର୍ଣ୍ଣାଲିଷ୍ଟ ଫୋରମ୍ ପକ୍ଷରୁ ଆୟୋଜିତ ୧୩ ତମ ପୁସ୍ତକ ମେଳା ଉଦଯାପିତ ହୋଇଛି । ୭ ଦିନ ଧରି ଏହି ପୁସ୍ତକ ମେଳା ଚାଲିଥିଲା । ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କନକ ନ୍ୟୁଜର ଏଡିଟର ମନୋରଂଜନ ମିଶ୍ର । ଫୋରମ୍ ପକ୍ଷରୁ ତାଙ୍କୁ ବୌଦ୍ଧ ବାର୍ତାବହ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ କନକ ନ୍ୟୁଜର ଏଡିଟର । ପଛୁଆ ଜିଲ୍ଲାର ଅପଖ୍ୟାତିରୁ ବାହାର କରି ବୌଦ୍ଧକୁ ଦେଶର ଏକ ନମ୍ବର ଜିଲ୍ଲା ଭାବେ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ ମନୋରଂଜନ ମିଶ୍ର । ସେହିପରି ଜିଲ୍ଲାର ଅଧିକ ଖବର ଭୁବନେଶ୍ୱରରେ ପହଁଚାଇବା ପାଇଁ ସାମ୍ବାଦିକଙ୍କୁ ସେ ଆହ୍ୱାନ ଜଣାଇଥିଲେ ।