ମନମୁଣ୍ଡା ବିଜେପି କର୍ମୀଙ୍କୁ ବିଜେଡି ନେତାଙ୍କ ମାଡ ମାମଲା : ଆଜି ବିଜେପିର ୧୨ ଘଂଟିଆ ବୌଦ୍ଧ ବନ୍ଦ

20

ବୌଦ୍ଧ : ଆଜି ୧୨ ଘଂଟିଆ ବୌଦ୍ଧ ବନ୍ଦ। ଗତକାଲି ବିଜେପି କର୍ମୀଙ୍କୁ ବିଜେଡି ନେତା ଓ କର୍ମୀଙ୍କ ଆକ୍ରମଣକୁ ବିରୋଧ କରି ବିଜେପି ଏହି ବନ୍ଦ ଡାକରା ଦେଇଛି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହାନଦୀ ବିବାଦ ନେଇ ଧାରଣା ଦେବାକୁ ଯାଉଥିବା ୨ ମନ୍ତ୍ରୀଙ୍କ ଗାଡି ଆଗରେ କଳାପତାକା ଦେଖାଇଥିଲେ କିଛି ବିଜେପି କର୍ମୀ । ଏହାର ପ୍ରତିବାଦରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ  ନିର୍ଦ୍ଦେଶରେ ବିଧାୟକ, କର୍ମୀ ମିଳିତ ଭାବେ ଏହି କର୍ମୀଙ୍କ ଆକ୍ରମଣ କରିଥିଲେ । ଏନେଇ ମନମୁଣ୍ଡା ଥାନାରେ ଏତଲା ହୋଇଛି । ଏଥିରେ ମନ୍ତ୍ରୀ ସଂଜୟ ଦାସବର୍ମା, ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଯୁବ ବିଜେଡି ଉପସଭାପତି ବିଜୟ ନାୟକ, ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବ ଓ ବିଏମସି କର୍ପୋରେଟର ଅମରେଶ ଜେନାଙ୍କ ବିରୋଧରେ ମନମୁଣ୍ଡା ଥାନାରେ ଏତଲା ଦାୟର ହୋଇଛି । ଏହା ସହ ଘଟଣାସ୍ଥଳକୁ ଆଜି ୭ ଜଣିଆ ବିଜେପି ପ୍ରତିନିଧି ଦଳ ଗସ୍ତ କରିବ ।