ବୌଦ୍ଧରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା :  ଘଟଣାସ୍ଥଳରେ ଉଭୟ ଟ୍ରକ ଚାଳକଙ୍କର ମୃତ୍ୟୁ

319

କନକ ବ୍ୟୁରା : ବୌଦ୍ଧରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କ।। ହେବା ଫଳରେ ଉଭୟ ଟ୍ରକର ଡ୍ରାଇଭର ପ୍ରାଣ ହରାଇଛନ୍ତି ।  ଏହି ଦୁର୍ଘଟଣାରେ ଉଭୟ ଟ୍ରକର ହେଲପର୍ ବି ଆହତ ହୋଇଥିବାର ଖବର ମିଳିଛି। ଜିଲ୍ଲାର ବାଉଁଶୁଣୀ ଥାନା ଗୁଡିଗୁଡା ନିକଟରେ ଏହି ଦ୍ରୁ୍ର୍ଘଟଣା ଘଟିଛି । ପରିବା ବୋଝେଇ ଓ ଥଣ୍ଡା ପାନୀୟ ବୋଝେଇ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ଏହି ଘଟଣା ଘଟିଛି ।  ପରିବାର ବୋଝେଇ ଟ୍ରକଟି ବରଗଡରୁ ଭୁବନେଶ୍ୱର ଆସୁଥିବାବେଳେ ଥଣ୍ଡା ପାନୀୟ ବୋଝେଇ ଟ୍ରକଟି  ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିଲା ।

ସୂଚନା ଅନୁସାରେ ଏକ ଟ୍ରକ୍ ବରଗଡ଼ରୁ ପରିବା ନେଇ ଭୁବନେଶ୍ବର ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ଥଣ୍ଡା ପାନୀୟ ବୋଝେଇ ଟ୍ରକ୍ ଦ୍ରୁତ ଗତିରେ ଆସୁଥିଲା । ବୌଦ୍ଧ ଜିଲ୍ଲାରେ ଥିବା ୫୭ ନମ୍ୱର ଜାତୀୟ ରାଜପଥର ଗୁଦୁଗୁଦା ଛକ ନିକଟରେ ଆଜି ଭୋର ସମୟରେ ଏହି ଦୁଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଦୁଇ ଟ୍ରକ୍ ଚାଳକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏଥିସହ ଦୁଇ ଟ୍ରକ୍ ହେଲପର୍ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତ ହେଲ୍ପର ଦ୍ୱୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ମନମୁଣ୍ଡା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।