ବୌଦ୍ଧ : ବାଉଁଶୁଣୀ ଥାନା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ

22

କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପିକଅପ ଭ୍ୟାନ ଧକ୍କାରେ ୨ ଜଣ ପ୍ରାଣ ହରାଇଛନ୍ତି । ଏକ ଟ୍ରାକ୍ଟରକୁ ପିକଅପ୍ ଭ୍ୟାନ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି । ତେବେ ଘଟଣାସ୍ଥଳରେ ଡ୍ରାଇଭର ସମେତ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତକ ୨ ଜଣ ସୋନପୁରର ଶଙ୍କର ନାଏକ ଓ କନ୍ଦର୍ପ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ପିକଭ୍ୟାନର ଡ୍ରାଇଭର ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୁଲିସ ପହଂଚି ମୃତଦେହ ଜବତ କରି ତଦନ୍ତ କରୁଛି ।