ଅଧିକ କାର୍ଯ୍ୟଭାର ଯୋଗୁଁ ଆତ୍ମହତ୍ୟା କଲେ ଦାୟୀ ନୁହଁନ୍ତି ବରିଷ୍ଠ କର୍ମଚାରୀ : ସୁପ୍ରିମକୋର୍ଟ

31

କନକ ବ୍ୟୁରୋ : ଅଫିସରେ କାମର ଭାର ଅଧିକ ଯୋଗୁଁ ଯଦି କୌଣସି କର୍ମଚାରୀ ଡିପ୍ରେସନରେ ରୁହନ୍ତି କିମ୍ବା ଆତ୍ମହତ୍ୟା କରନ୍ତି ତେବେ ଏଥିପାଇଁ ବରିଷ୍ଠ ଅଧିକାରୀ ଦାୟୀ ନୁହଁନ୍ତି । ସୁପ୍ରିମକୋର୍ଟ ଏହା କହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କୌଣସି ସିନିଅର କର୍ମଚାରୀ ତାଙ୍କ ଜୁନିଅରମାନଙ୍କୁ ଅଧିକ କାମ ଦିଅନ୍ତି ଏବଂ କାମର ଚାପରେ ଆସି ସେ ଆତ୍ମହତ୍ୟା କରନ୍ତି, ତେବେ ଏହାକୁ ସିନିଅର କର୍ମଚାରୀଙ୍କ ଦ୍ୱାରା କ୍ରାଇମ ବୋଲି ବିଚାର କରାଯିବ ନାହିଁ । ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ବେଂଚର ଯୁକ୍ତିକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି ।

supreme court
image courtesy – hindustantimes.com

ସୂଚନାଯୋଗ୍ୟ କାର୍ଯ୍ୟଚାପ ଓ କର୍ମଚାରୀଙ୍କ ଆତ୍ମହତ୍ୟାକୁ ନେଇ ଆଜି ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କୌଣସି କର୍ମଚାରୀ କାର୍ଯ୍ୟାଳୟରେ କାର୍ଯ୍ୟ ଚାପ ଯୋଗୁଁ ଅତିଷ୍ଠ ହୋଇପଡ଼ନ୍ତି ଏବଂ ଏହି କାରଣରୁ ଆତ୍ମହତ୍ୟା କରନ୍ତି ତା’ହେଲେ ଏଥିପାଇଁ ଉପର ଅଧିକାରୀ ଦାୟୀ ରହିବେ ନାହିଁ । କର୍ମଚାରୀଙ୍କୁ ମାତ୍ରାଧିକ କାମ ଦିଆଯିବା କାରଣରୁ ଉପର ଅଧିକାରୀଙ୍କୁ ଅପରାଧୀ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ଏବଂ ସଂପୃକ୍ତ କର୍ମଚାରୀଙ୍କୁ ସେ ଆତ୍ମହତ୍ୟା ପାଇଁ ଉସୁକାଇଥିଲେ ବୋଲି କୁହାଯାଇ ପାରିବନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ମହାରାଷ୍ଟ୍ର ସରକାରରେ ଔରଙ୍ଗାବାଦର ଶିକ୍ଷା ବିଭାଗ ଉପନିର୍ଦ୍ଦେଶକ କିଶୋର ପରାଶର ଅଗଷ୍ଟ ୨୦୧୭ରେ ଆତ୍ମହତ୍ୟା କରିଥିଲେ । ତାଙ୍କ ପତ୍ନୀ ଏଥିପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟୀ କରି ସେ ହିଁ ତାଙ୍କ ସ୍ୱାମୀଙ୍କୁ ଆତ୍ମହତ୍ୟା କରିବା ଭଳି ପରିସ୍ଥିତି ସୃଷ୍ଟି କରିଥିଲେ ବୋଲି ଏତଲା ଦାଏର କରିଥିଲେ । ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ସଂପୃକ୍ତ ଉଚ୍ଚ ଅଧିକାରୀଙ୍କୁ ତାଙ୍କ ଭୂମିକା ପାଇଁ ଦାୟୀ କରି ଅପରାଧୀ ଭାବେ ଗ୍ରହଣ କରିଥିଲେ । କିନ୍ତୁ ଆଜି ସୁପ୍ରିମ୍‌ କୋର୍ଟ ହାଇକୋର୍ଟର ଏହି ରାୟକୁ ଖାରଜ କରିଦେଇଛନ୍ତି ।