ବୋସ୍ ଛାତ୍ରଛାତ୍ରୀଙ୍କ ଅଭିନବ ଉଦ୍ଭାବନ ! ପିଲାଙ୍କ ପାଇଁ ଅଫିସ୍ ପାଲଟିବ ଘର।

33

ସ୍ମାର୍ଟ ଯୁଗରେ ସ୍ମାର୍ଟ ପ୍ରଡକ୍ଟ ବ୍ୟବହାର କରିବା ସମସ୍ତଙ୍କର ପ୍ରଥମ ପସନ୍ଦ । ଆଉ ବଜାରରେ ଏଭଳି ଡିମାଣ୍ଡକୁ ଆଖି ଆଗରେ ରଖି କଟକ ବୋଷ ଇଞ୍ଜିନିୟରିଂ କଲେଜର ଛାତ୍ର କିଛି କମାଲ କରିଦେଖାଇଛନ୍ତି । ଏହି କମାଲ ବଳରେ ଏବେ କର୍ମଜୀବୀ ମହିଳା କର୍ମକ୍ଷେତ୍ରରେ ରହି ମଧ୍ୟ ସେମାନଙ୍କ ଛୁଆକୁ ସୁଇଙ୍ଗ କରିପାରିବେ ଅର୍ଥାତ୍ ତାଙ୍କର ଟିକିନିଖି ଖବର ରଖିପାରିବେ ।

ଇଏ ହେଉଛି ସ୍ମାର୍ଟ ବେବି ସୁଇଙ୍ଗ ଯେଉଁଥିରେ ଲାଗିଥିବା ଚିପ୍ ଦ୍ୱାରା ଜଣେ କର୍ମଜୀବୀ ମହିଳା କର୍ମକ୍ଷେତ୍ରରେ ଥାଇ ମଧ୍ୟ ନିଜ ପିଲାର ସ୍ଥିତି ମୋବାଇଲରେ ଏସଏମଏସ ଜରିଆରେ ପାଇପାରିବା ସହ ସେନସର ରିମୋର୍ଟ ମାଧ୍ୟମରେ ଏହାକୁ ଅପରେଟ ମଧ୍ୟ କରିପାରିବେ ।

ସେହିଭଳି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ସ୍ମାର୍ଟ ଷ୍ଟ୍ରଲର,ସ୍ମାର୍ଟ ବେଡ ସାହାଯ୍ୟରେ ମଧ୍ୟ ପିଲା ବେଡ ଉପରେ ଶୋଇଲେ ବସିଲେ କିମ୍ବା ପରିସ୍ରା କଲେ ମଧ୍ୟ ଏ ନେଇ ମୋବାଇଲକୁ ଏସଏମଏସ ଯିବ । ଏଭଳି ଟେକ୍ନୋଲଜି କର୍ମଜୀବୀ ମହିଳାଙ୍କ ପାଇଁ ବରଦାନ ସଦୃଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ପୂର୍ବରୁ ଅଫିସ୍ ଯିବା ବେଳେ ଘରେ ମେଡ୍ କିମ୍ବା ପରିବାରଙ୍କ ପାଖରେ ଛୁଆକୁ ଛାଡି ଯାଉଥିବା ମା’ମାନେ ଛୁଆର ଠିକ୍ ଭାବରେ ତଦାରଖ କରିପାରୁନଥିଲେ । ଯାହା ଏବେ ସମ୍ଭବ ହେଲା ଭଳି ପ୍ରତୀତ ହେଉଛି ।

ସେହିଭଳି ଆପଣ ଦେଖୁଥିବା ଇଏ ହେଉଛି ବ୍ୟାକ ପ୍ୟାକ ଫୋଲ୍ଡିଂ ସୋଲାର ସାଇକେଲ । ସାଇକେଲ ଚଲାଇବାକୁ ପସନ୍ଦ କରୁଥିବା ବ୍ୟକ୍ତି ଏବେର ବ୍ୟସ୍ତ ବହୁଳ ସମୟରେ ଚାହୁଁଛନ୍ତି କି ଯଦି ଏହା ପୋର୍ଟେବୁଲ ରୁହେ ତେବେ ନେବା ଆଣିବା ଏବଂ ରଖିବା ମଧ୍ୟ ସହଜ ହେବ । ତେଣୁ ଛାତ୍ରଛାତ୍ରୀମାନେ ତିଆରି କରିଥିବା ଏହି ବ୍ୟାକପ୍ୟାକ ସୋଲାର ଫୋଲ୍ଡିଂ ସାଇକେଲର ମଧ୍ୟ ଆଗକୁ ବଜାରରେ ବେଶ ଡିମାଣ୍ଡ ରହିବ ବୋଲି ସେମାନେ ଆଶା କରିଛନ୍ତି । ଏଥିରେ ଥିବା ସୋଲାର ସିଷ୍ଟମ ଓ ଚିପ୍ ମାଧ୍ୟମରେ ସାମ୍ନାରେ ଯଦି କିଛି ପ୍ରତିବନ୍ଧକ ଆସେ ତେବେ ଏଥିରେ ସାଇରନ ବାଜିଉଠିବ ।

ନିିକଟରେ ଏହି ସବୁ ପ୍ରଡକ୍ଟ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଅଲ ଇଣ୍ଡିଆ ଡିଆଇସି ମିଟରେ ପ୍ରଦର୍ଶିତ ହୋଇ ବେଶ୍ ପ୍ରଶଂସା ସାଉଁଟିଥିଲା । ତେବେ ଆଗକୁ ଏହି କଲେଜର ଛାତ୍ରଛାତ୍ରୀମାନେ ଏହିଭଳି ଆହୁରି ଅନେକ ସ୍ମାର୍ଟ ପ୍ରଡକ୍ଟ ତିଆରି କରିବାକୁ ଯୋଜନା ରଖିଛନ୍ତି ।