ଦେଶ ସେବା ପାଇଁ ଜନ୍ମ : ଚୀନ ସୀମାନ୍ତରେ ଯୋଗୀ ଆଦିତ୍ୟନାଥଙ୍କ ସାନ ଭାଇ

37

ବିଜେପିର ଅଗ୍ନିବର୍ଷୀ ନେତା ତଥା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସବୁବେଳେ ଚର୍ଚାରେ । କେତେବେଳେ ବୟାନକି ନେଇ ତ ଆଉ କେତେବେଳେ ନିଜର କାମ ପାଇଁ । କିନ୍ତୁ ଏହି ସନ୍ଥ ପରିବାର ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ସମ୍ପ୍ରତି ନିରାପତ୍ତା ବାହିନୀର ବରିଷ୍ଠ ଅଧିକାରୀମାନଙ୍କ ପିଲାମାନେ ସେନାରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରୁନଥିବା ବେଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାନ ଭାଇ ଭାରତୀୟ ସେନା ବାହିନୀରେ ଜଣେ ସୁବେଦାର ଭାବେ କାର୍ୟ୍ୟ କରୁଥିବା ନିଶ୍ଚିତ ଭାବେ ଭାରତୀୟଙ୍କ ପାଇଁ ଆନନ୍ଦର ବିଷୟ। ତାଙ୍କୁ ଚୀନ୍ ସୀମା ସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା ଠାରେ ମୁତୟନ କରାଯାଇଛି।

ଚୀନ୍ ସୀମାନ୍ତରେ ପହରା ଦେଉଥିବା ସୈନିକମାନଙ୍କୁ ଭେଟିବା ସମୟରେ ଏକ ଦୂରଦର୍ଶନ ସଂସ୍ଥାନ ତାଙ୍କୁ ସାକ୍ଷାତ୍ କରିଥିଲା । ସମ୍ପୃକ୍ତ ଅଞ୍ଚଳଟି ସେନା ବହୁଳ ହୋଇ ନ ଥିବାରୁ ଅନ୍ୟାନ୍ୟ ସ୍ପର୍ଶକାତର ଅଞ୍ଚଳ ଭଳି ସେଠାକୁ ଚୀନ୍ ସୈନ୍ୟମାନେ ଅନଧିକାର ପ୍ରବେଶର ଆଶଙ୍କା ସବୁବେଳେ ରହିଛି।ଏହା ହେଉଛି ସଂପୂର୍ଣ୍ଣ ବିପଦପୂର୍ଣ୍ଣ ଅଂଚଳ । ନିରାପତ୍ତା ପ୍ରତି ଯେତେ ବିପଦ ଥିଲେ ମଧ୍ୟ ବର୍ଷ ସାରା ଆମେ ସୀମାନ୍ତରେ ପାଟ୍ରୋଲିଙ୍ଗ କରୁଛୁ। ମୁଁ ଦେଶ ସେବା ପାଇଁ ଜନ୍ମହୋଇଛି, ମାତୃଭୂମିର ସେବା ପାଇଁ ନିଜ ଜୀବନ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଯୋଗୀଙ୍କ ସାନଭାଇ ସୁବେଦାର ଶୈଳେନ୍ଦ୍ର ମୋହନ କହନ୍ତି।

ଚୀନ୍ ନିକଟବର୍ତ୍ତୀ ମାନା ସୀମାନ୍ତରେ ତାଙ୍କୁ ଘରଓ୍ଵାଲ ସ୍କାଉଟ ୟୁନିଟରେ ଅବସ୍ଥାନ କରାଯାଇଛି। ଏହି ପାର୍ବତ୍ୟ ସୀମାନ୍ତାଞ୍ଚଳରେ ପହରା ଦେବା ନିମନ୍ତେ କେବଳ ସ୍ଥାନୀୟ ଅଧିବାସୀଙ୍କୁ ସୈନିକ ଭାବେ ନିଯୁକ୍ତି ଦିଆଯାଇଥାଏ।ଗୋରଖପୁର ଗୋରଖନାଥ ମନ୍ଦିରରେ ଯୋଗ ଦେବା ପାଇଁ ସଂସାର ତ୍ୟାଗ କରି ଥିବା ବଡ଼ ଭାଇଙ୍କ ସହ ସାକ୍ଷାତ କରିବାକୁ ସମୟ ପାଉଛନ୍ତି କି, ନାହିଁ ପଚାରିବାରୁ ସେ କହିଥିଲେ କି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ତାଙ୍କୁ ଥରେ ମାତ୍ର ଦିଲ୍ଲୀରେ ଭେଟି ଥିଲେ।ଶୈଳେନ୍ଦ୍ର କହନ୍ତି ଯେ ତାଙ୍କ ଭାଇ ଯୋଗୀଙ୍କର ତାଙ୍କ ପ୍ରତି ଥିବା ଗୋଟିଏ ମାତ୍ର ବାର୍ତ୍ତା ହେଉଛି ପାରୁ ପର୍ୟ୍ୟନ୍ତ ସେ ଦେଶର ସେବା କରନ୍ତୁ । ଦେଶ ସେବାରେ ନିଜର ଅଭିଜ୍ଞତାକୁ ବାଣ୍ଟି ସେ ଏ ଭଳି ବାର୍ତ୍ତା ଦେଇଛନ୍ତି।

ଶୈଳେନ୍ଦ୍ର ଆହୁରି କହିଛନ୍ତି ଯେ ସେ ଏବଂ ମୁଖ୍ୟମନ୍ତ୍ରୀ, ଯାହାଙ୍କୁ ଶୈଳେନ୍ଦ୍ର ଏବଂ ତାଙ୍କ ପରିବାର ‘ମହାରାଜ’ ବୋଲି ସମ୍ବୋଧନ କରନ୍ତି ପିଲାଦିନେ ଏକତ୍ର ବହୁ ସମୟ ବିତାଇଲାବେଳେ ଫାୟାର୍ବ୍ରାଣ୍ଡ୍ ବିଜେପି ନେତାଙ୍କ ସଂକ୍ରାନ୍ତରେ ଅନେକ ମଜାଳିଆ କଥା କହିଥିଲେ । ଆହୁରି ମଧ୍ୟ ସୁବେଦାର କହିଛନ୍ତି ଯେ ସେ ଏବଂ ଯୋଗୀ ଆଦିତ୍ୟନାଥ ଦେଶ ପାଇଁ ଏକ ପ୍ରକାରର କର୍ତ୍ତବ୍ୟ ପାଳନ କରୁଛନ୍ତି। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇ ଯୋଗୀ ଦେଶ ସେବା କରୁଥିବାବେଳେ ଶୈଳେନ୍ଦ୍ର ସୀମାନ୍ତରେ ଜଣେ ସୈନିକ ହୋଇ ଏକା କାମ କରୁଛନ୍ତି।ଯୋଗୀ ଆଦିତ୍ୟନାଥଙ୍କର ଅଛନ୍ତି ସମୁଦାୟ ତିନି ଭାଇ। ମାନବେନ୍ଦ୍ର ଯୋଗୀଙ୍କ ଠାରୁ ବଡ଼ ହୋଇଥିବାବେଳେ ଶୈଳେନ୍ଦ୍ର ଏବଂ ମହେନ୍ଦ୍ର ମୋହନ ତାଙ୍କ ଠାରୁ ସାନ ଅଟନ୍ତି।