ବିଗୁଡୁଛି ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା । କୃତ୍ରିମ ଉପାୟରେ ଦିଆଗଲା ଅମ୍ଳଜାନ, ଚିକିତ୍ସାନେଇ ସଜାଗ ଅଛନ୍ତି ସବୁ ଡାକ୍ତର ।

1,447

କନକ ବ୍ୟୁରୋ: ମାରାତ୍ମକ କରୋନା ଭୂତାଣୁରେ ସଂକ୍ରମିତ ହୋଇ ଚିତିତ୍ସାଧିନ ଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗମ୍ଭୀର ହୋଇପଡିଛି । ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ବୋରିଶଙ୍କୁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଉଛି । ଏନେଇ ପ୍ରଧାନମନ୍ତ୍ରୀ ବୋରିଶ ଭର୍ତି ହୋଇଥିବା ସେଂଟ୍ ଥୋମାସ୍ ହସ୍ପିଟାଲରେ ଡାକ୍ତରଙ୍କ ଚିନ୍ତା ବଢିଯାଇଛି ।

ମହାମାରୀ କରୋନା ଭୂତାଣୁରେ ଆକ୍ରାନ୍ତ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ଫଳରେ ତାଙ୍କୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । ୫୫ ବର୍ଷୀୟ ବୋରିଶ ଜନସନଙ୍କ ଚିକିତ୍ସା ଲଣ୍ଡନ ସ୍ଥିତ ସେଂଟ୍ ଥୋମାସ୍ ହସ୍ପିଟାଲରେ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି । ପୂର୍ବରୁ ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ପ୍ରଧାନମନ୍ତ୍ରୀଙ୍କୁ ଅକ୍ସିଜେନ୍ ସପୋର୍ଟ ସିଷ୍ଟମ୍ରେ ରଖାଯାଇଛି । ଶ୍ୱାସକ୍ରିୟାରେ ଜଟିଳତା କାରଣରୁ ତାଙ୍କୁ କୃତ୍ରିମ ଉପାୟରେ ଅମ୍ଳାଜାନ ଯୋଗାଇ ଦିଆଯାଉଛି । ବ୍ରିଟେନ ବିଦେଶ ମନ୍ତ୍ର ଏନେଇ ସୂଚନା ଦେଇଛନ୍ତି ।

ରବିବାର ଠାରୁ ପ୍ରଧାନମନ୍ତ୍ରୀଙ୍କୁ ସେଂଟ୍ ଥୋମାସ୍ ଡାକ୍ତରଖାନାରେ ଭର୍ତି କରାଯାଇଛି । କରୋନା ଭୂତାଣୁରେ ସଂକ୍ରମିତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଥିବା ଦେଖି, ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମତେ ବ୍ୟକ୍ତିଗତ ଭାବେ ବୋଲି କହିଛନ୍ତି ବ୍ରିଟେନ୍ ବିଦେଶ ମନ୍ତ୍ରୀ ଡୋମନିକ୍ ରବ୍ । ଦେଶରେ କରୋନା ମୁକାବିଲା ପାଇଁ ଯେତେକ ଜରୁରୀ ପଦକ୍ଷେପ ନେବା ଉଚିତ୍, ତାହା ନିଆଯିବ ଏବଂ ସରକାରାଙ୍କ ଯାହା ସବୁ ଯୋଜନା ଅଛି କରୋନା ଭୂତାଣୁ ମୁକାବିଲା ପାଇଁ ତାକୁ ଯେପରି କାର୍ଯ୍ୟକ୍ଷମ କରାଯିବ । ଥୋମାସ୍ ମେଡିକାଲ୍ରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାର ବେଶ ଗୁରୁତର ସହ ଧ୍ୟାନ ରଖାଯାଉଛି । ସରକାରଙ୍କ ତରଫରୁ ହଏଚଏସ୍ ଷ୍ଟାଫଙ୍କୁ ଧନ୍ୟବାଦ ଦେଉଛି ସେମାନେ ଦେଶରେ କରୋନା ସଂକ୍ରମିତଙ୍କ ତତ୍ପରତାର ସହ ଚିକିତ୍ସା କରୁଛନ୍ତି ।

ସୋମବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ସ୍ୱାସ୍ଥ୍ୟବସ୍ଥା ବେଶୀ ଖରାପ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ଅକ୍ସିଜେନ୍ ସପୋର୍ଟ ସିଷ୍ଟମ୍ ଯୋଗାଇ ଦିଆଯାଉଥିବାବେଳେ ଏବେ ସେ ଭେଂଟିଲେଟର୍ରେ ନଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଗତ ୨୭ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ବୋରିଶଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଡାକ୍ତରମାନେ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଏବେ ବିଦେଶମନ୍ତ୍ରୀ ଡୋମନିକ୍ ରବ୍ ତାଙ୍କ ଦାୟିତ୍ୱ ସମ୍ଭାଳୁଛନ୍ତି । ସେପଟେ ସେଂଟ୍ ଥୋମାସ୍ ମେଡିକାଲ ପକ୍ଷରୁ ଯାହା ସୂଚନା ମିଳିଛି ପ୍ରଧାନମନ୍ତ୍ରୀ ଚେତାରେ ଅଛନ୍ତି ଏବଂ ଚାଲିଥିବା ଚିକିତ୍ସା ପ୍ରକ୍ରିୟାର ପ୍ରଭାବ ତାଙ୍କ ଶରୀରରେ ଦେଖିବାକୁ ମିଳୁଛି । ଆଶା କରାଯାଉଛି ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ । ସେପଟେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି । ବ୍ରିଟେନରେ କରୋନା ଭୂତାଣୁକୁ ନେଇ ସ୍ଥିତି ସଙ୍ଗୀନ ଥିବାବେଳେ ମୃତ୍ୟୁ ସଂଖ୍ୟା ୫ ହଜାର ଟପି ସାରିଛି । କେବଳ ସୋମବାର ବ୍ରିଟେନରେ ୪୩୯ ଲୋକଙ୍କ ମୃତ୍ୟୁ ହୋଇଛି ।