କ୍ୟାମେରାରେ କଏଦ ହେଲା ବୁଥ ଜବରଦଖଲର ଲାଇଭ ଭିଜୁଆଲ : ପ୍ରିଜାଇଡିଂ ଅଫିସରଙ୍କ ସହାୟତାରେ ମନ ଇଛା ଚାଲିଛି ଭୋଟ

54

କନକ ନ୍ୟୁଜ୍ : କଟକ ଜିଲ୍ଲା ନିଆଳି ବ୍ଲକ ପୋଖରୀ ପଂଚାୟତରେ ହୋଇଥିବା ଭୋଗସ ଭୋଟିଂର ଦୃଶ୍ୟ କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି । ଅନ୍ତିମ ମତଦାନ ପଖୋରୀ ପଂଚାୟତର ବିଭିନ୍ନ ବୁଥରେ ଭୋଗସ ଭୋଟିଂ ସହ ଭୋଟ ବାକ୍ସ ଲୁଟ ହୋଇଥିଲା ।

କନକ ନ୍ୟୁଜ କ୍ୟାମେରାରେ କଏଦ ଦୃଶ୍ୟ କହୁଛି, କିପରି ସେଠାରେ ନିୟମ କାନୁନକୁ ଜଳାଞ୍ଜଳି ଦିଆଯାଇଥିଲା । ଭୋଟ ଗ୍ରହଣ କେନ୍ଦ୍ର ଭିତରେ ୩-୪ ଜଣ ବ୍ୟକ୍ତି କିପରି ଏକାଧିକ ଭୋଟ ଦେଉଛନ୍ତି । ସରକାରୀ କଳ ଓ ପ୍ରଶାସନର ହାତ ବାରିସୀ କରି ବୁଥ କ୍ୟାପଚର ହୋଇଥିବା ଅଭିଯୋଗ ସତ ପ୍ରମାଣିତ ହୋଇଛି । ଗତକାଲି ନିର୍ବାଚନ କମିସନଙ୍କ ନିର୍ଦ୍ଦେଶରେ ପୋଖରୀ ପଂଚାୟତରେ ସାନି ମତଦାନ ଆରମ୍ଭ ହୋଇଥିଲା । ତେବେ ପୁଣି ଗଣ୍ଡଗୋଳ ହେବାରୁ ତାହାକୁ ବାତିଲ କରିଦିଆଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –