ଫେସବୁକ୍ ଓ ଟ୍ୱିଟରରେ ଜରିଆରେ ହେବ ଏଲପିଜି ଗ୍ୟାସ ସିଲିଣ୍ଡର ବୁକିଙ୍ଗ ! ଜାଣନ୍ତୁ କିପରି କରିବେ ଗ୍ୟାସ ବୁକିଙ୍ଗ

68

ଏଣିକି ଫେସବୁକ ଓ ଟ୍ୱିଟରରେ ମଧ୍ୟ ଗ୍ୟାସ ସିଲିଣ୍ଡର ବୁକ୍ କରିପାରିବେ । ଆଇଓସି (ଇଣ୍ଡିଆନ ଅୟଲ କର୍ପୋରେସନ) ଫେସବୁକ ଓ ଟ୍ୱିଟରରେ ଗ୍ୟାସ ସିଲିଣ୍ଟର ବୁକିଙ୍ଗର ସୁବିଧା ଆରମ୍ଭ କରିଛି । ଆଇଓସିର ଏହି ଯୋଜନା ଅନୁଯାୟୀ, ଗ୍ୟାସ ଉପଭୋକ୍ତା ଫେସବୁକ ଓ ଟ୍ୱିଟର ଦ୍ୱାରା ଗ୍ୟାସ ସିଲିଣ୍ଡର ବୁକ୍ କରିପାରିବେ । ଏହାଛଡା ପୂର୍ବ ୩ଟି ବୁକିଙ୍ଗର ତଥ୍ୟ ମଧ୍ୟ ଦେଖିପାରିବେ । ଗ୍ୟାସ ସିଲିଣ୍ଡର ବୁକିଙ୍ଗ ଓ ଡେଲିଭରିରେ ପରିବର୍ତ୍ତନ ଆଣିବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି ବୋଲି ଆଇଓସି କହିଛି । ଏହାଦ୍ୱାରା ଦେଶର ୧୧.୫୦ କୋଟି ଆଇଓସି ଗ୍ୟାସ ଉପଭୋକ୍ତା ଏହାର ଫାଇଦା ପାଇପାରିବେ ।

ଫେସବୁକରେ କିପରି ଏଲପିଜି ସିଲିଣ୍ଡର ବୁକ୍ କରିବେ :
cats-386ଫେସବୁକରେ ଏଲପିଜି ସିଲିଣ୍ଡର ବୁକ କରିବା ପାଇଁ ପ୍ରଥମେ ଆଇଓସିର ଅଫିସିଆଲ ପେଜକୁ ଯାଇ ବୁକ୍ ନାଓ ବିକଳ୍ପରେ କ୍ଲିକ କରିବା ସହ ନିଜ ଆକାଉଣ୍ଟକୁ ସୁନିଶ୍ଚିତ କରିବାକୁ ହେବ । ଏହାଦ୍ୱାରା ମୋବାଇଲରେ ଆପଣଙ୍କ ନାଁ ଓ ଇମେଲ ଆଇଡି ଆପଣାଛାଏଁ ଆସିଯିବ । ବିକଳ୍ପରେ ଏଲପିଜି ଆଇଡି ଦେବା ପରେ ଆପଣଙ୍କ ଇମେଲ ଆଇଡି ଗ୍ୟାସ ଏଜେନ୍ସିରେ ରେଜିଷ୍ଟର ହୋଇଯିବ । ଏହାପରେ ପୁର୍ନବାର ବୁକ ନାଓ ବିକଳ୍ପ ସାମ୍ନାକୁ ଆସିବ । ଏହାସହ ଉପଭୋକ୍ତାଙ୍କ ନାମ ଓ ଗ୍ୟାସ ଏଜେନ୍ସିର ନାମ ମଧ୍ୟ ଆସିଯିବ । ବୁକ୍ ନାଓ ବିକଳ୍ପରେ କ୍ଲିକ କରିବା ପରେ ଆପଣଙ୍କ ଏଲପିଜି ସିଲିଣ୍ଡର ବୁକ୍ ହୋଇଯିବ । ଏଲପିଜି ସିଲିଣ୍ଡର ବୁକ୍ ହେବା ପରେ ରେଜିଷ୍ଟର ଇମେଲ ଆଇଡି ଓ ମୋବାଇଲ ନମ୍ବରକୁ ବୁକିଙ୍ଗର ସୂଚନା ଆସିଯିବ । ଯାହାଦ୍ୱାରା ଜଣେ ବ୍ୟକ୍ତି ସୁନିଶ୍ଚିତ ହୋଇପାରିବ କି ତାହାର ଏଲପିଜି ସିଲିଣ୍ଡର ବୁକିଂ ହୋଇଛି ।

ଏବେ ଅନଲାଇନରେ ସିଲିଣ୍ଡର ବୁକ୍ କରିବା ପାଇଁ ଉପଭୋକ୍ତାଙ୍କ ପାଇଁ ଦୁଇଟି ମାଧ୍ୟମ ରହିଛି । ପ୍ରଥମଟି ହେଉଛି ୮୭୨୬୦୨୪୩୬୫ମୋବାଇଲ ନମ୍ବରରେ ଏସଏମଏସ ପଠାଇ ଗ୍ୟାସ ବୁକ୍ କରାଯାଇପାରୁଛି । ଦ୍ୱିତୀୟଟି ୮୭୨୬୦୨୪୩୬୫ ନମ୍ବରରେ କଲ କରି ମଧ୍ୟ ଏଲିପିଜି ସିଲିଣ୍ଡର ବୁକ୍ କରୁଛନ୍ତି ଉପଭୋକ୍ତା । କିନ୍ତୁ ଏହି ବ୍ୟବସ୍ଥାରେ ଉପଭୋକ୍ତା ଅନେକ ସମୟରେ ସମସ୍ୟା ଭୋଗ କରୁଛନ୍ତି । ଅନଲାଇନରେ ଏସଏମଏସ ଦ୍ୱାରା ଏଲପିଜି ବୁକିଙ୍ଗ କରିବା ପରେ ମଧ୍ୟ ଅନେକ ସମୟରେ କମ୍ପାନି ପକ୍ଷରୁ ଗ୍ୟାସ ବୁକିଙ୍ଗକୁ ନେଇ ସୁନିଶ୍ଚିତ ଏସଏମଏସ ଆସୁନାହିଁ । ଯାହାଦ୍ୱାରା ଗ୍ୟାସ ବୁକିଙ୍ଗ ହୋଇଛି କି ନାହିଁ ସେ ନେଇ କନଫର୍ମ ହୋଇପାରୁନାହାନ୍ତି ଉପଭୋକ୍ତା । ଅନ୍ୟପଟେ ଆଇବିଆରଏସ ସିଷ୍ଟମ ଦ୍ୱାରା ଗ୍ୟାସ ବୁକିଙ୍ଗ ହୋଇଥାଏ ସତ କିନ୍ତୁ ନେଟୱାର୍କ ଖରାପ ରହୁଥିବା ବେଳେ ଗ୍ୟାସ ବୁକିଙ୍ଗର ଏସଏମଏସ ମିଳିପାରି ନଥାଏ ।

courtesy-naidunia