ସୋସିଆଲ ମିଡ଼ିଆ ସାହାଯ୍ୟରେ ବୁକ୍ କରିହେବ ଗ୍ୟାସ୍ ସିଲିଣ୍ଡର ! ଏକ କମ୍ପାନୀ ଯୋଗାଉଛି ସ୍ୱତନ୍ତ୍ର ସୁବିଧା

34

ଇଣ୍ଡିଆନ୍ ଗ୍ୟାସର ଉପଭୋକ୍ତା ଏବେ ଫେସବୁକ ଓ ଟ୍ୱିଟର ଜରିଆରେ ସିଲିଣ୍ଡର ବୁକ୍ କରିପାରିବେ । ଭାରତୀୟ ତୈଳ ନିଗମ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଏହାର ସୂଚନା ଦେଇଛନ୍ତି । ଟ୍ୱିଟରେ ଦେଇଥିବା ସୂଚନା ଅନୁସାରେ ଇଣ୍ଡେନ୍ ଗ୍ୟାସ୍ ସିଲିଣ୍ଡର ଗ୍ରାହକ ଫେସବୁକ୍ ଓ ଟ୍ୱିଟର ମାଧ୍ୟମରେ ଘରୋଇ ଗ୍ୟାସକୁ ବୁକ୍ କରିପାରିବେ ।

ଫେସବୁକରେ କିପରି ହେବ ସିଲିଣ୍ଡର ବୁକ୍ – ଇଣ୍ଡିଆନ୍ ଓଏଲ୍ କର୍ପୋରେସନ ଲିମିଟେଡ଼୍ ଅନୁସାରେ ସିଲିଣ୍ଡର ବୁକ୍ କରିବା ପାଇଁ ଗ୍ରାହକଙ୍କୁ ନିଜର ସ୍ମାର୍ଟଫୋନର ଫେସବୁକରେ ରଖିବା ଜରୁରୀ । ଏହାପରେ ଇଣ୍ଡିଆନ୍ ଅଏଲର ଅଫିସିଆଲ ପେଜକୁ ଯାଇ ବୁକ୍ ନାଓ ବିକଳ୍ପରେ କ୍ଲିକ ରକନ୍ତୁ । ଯଦି ଗ୍ରାହକ ପ୍ରଥମରୁ ଫେସବୁକରେ ଲଗ ଇନ୍ କରିଛନ୍ତି, ତେବେ କଣ୍ଟିନ୍ୟୁରେ କ୍ଲିକ କରନ୍ତୁ । ଏହାପରେ ଫେସବୁକ କ୍ରେଡ଼େନସିଆଲ ପେଜ୍ ଆକ୍ସେସ୍ କରିବା ପାଇଁ ମଞ୍ଜୁରି ମିଳିଯିିବ । ଆଗାମୀ ଷ୍ଟେପରେ ଏଲପିଜି ଆଇଟି ପ୍ରବେଶ କରାନ୍ତୁ । ଆଇଡ଼ି ପ୍ରବେଶ କରାଇବା ପରେ ବୁକ୍ ନାଓ ପରେ ଟାପ୍ କରନ୍ତୁ । ଏହାପରେ ବୁକିଂ ପ୍ରକ୍ରିୟା ପୁରା ହୋଇଯିବ ଓ କନଫର୍ମ ହୋଇଯିବ ।

ଟ୍ୱିଟରରେ କିପରି ବୁକ୍ କରିବେ – ଯଦି ଆପଣ ଟ୍ୱିଟର ଜରିଆରେ ଇଣ୍ଡେନ ଗ୍ୟାସକୁ ବୁକ୍ କରିବା କରୁଛନ୍ତି, ତେବେ ସର୍ବପ୍ରଥମେ ନିଜର ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ରେଜିଷ୍ଟର କରନ୍ତୁ । ରେଜିଷ୍ଟର କରିବା ପାଇଁ @indanerefill<SPACE>#register<SPACE><LPGID><SPACE><email ରେ ଟ୍ୱିଟ୍ କରନ୍ତୁ । ଏହାପରେ ଗ୍ୟାସ ଭରିବାର ବୁକିଂ ପାଇଁ @indanerefill<SPACE>#refill ରେ ଟ୍ୱିଟ୍ କରନ୍ତୁ ।

source:Patrika

ଗ୍ରାହକଙ୍କ ପାଖରେ ସରଳ ବିକଳ୍ପ ଉପଲବ୍ଧ କରାଇବା ପାଇଁ କମ୍ପାନୀ ଏପରି ପଦାକ୍ଷପ ନେଇଛି । ଆଧୁନିକ ଜ୍ଞାନକୌଣଳ ଜରିଆଲେ ଲୋକେ ଅଧିିକ ଉପକୃତ ହୋଇପାରିବେ ବୋଲି କମ୍ପାନୀ ଆଶା ପ୍ରକଟ କରିଛି । ଯେଉଁମାନେ ଇଣ୍ଡିଆନ୍ ଅଏଲର ଗ୍ରାହକ ସେମାନେ କିରି ସରଳ ଉପାୟରେ ସେବା ପାଇପାରିବେ, ତାହାକମ୍ପାନର ମୂଳ ଉଦ୍ଦେଶ୍ୟ ।