ଶ୍ରୀଦେବୀ ଶେଷକୃତ୍ୟ ପରେ ଭାବବିହ୍ୱଳ ଚିଠି ଲେଖିଲେ ସ୍ୱାମୀ ବୋନି କପୁର : ଲେଖିଲେ, ଜଣେ ବନ୍ଧୁ, ପତ୍ନୀ ଓ ଦୁଇ ଝିଅଙ୍କ ମା’କୁ ହରାଇବାର ଦୁଃଖ ପାଇଁ ଭାଷା ନାହିଁ

31

ବିଶିଷ୍ଟ ସିନେ ଅଭିନେତ୍ରୀ ଶ୍ରୀଦେବୀଙ୍କ ଶେଷ ସଂସ୍କାର ରାଷ୍ଟ୍ରୀୟ ସମ୍ମାନର ସହ ଶେଷ ହୋଇଛି । ଏଥିରେ ସମସ୍ତ ବଲିଉଡ ଏକାଠି ହୋଇଥିବା ଦେଖାଯାଇଥିଲା । ଶ୍ରୀଦେବୀଙ୍କ ପରଲୋକ ପରେ ପ୍ରଥମ ଥର ପାଇଁ ନିଜ ଶୋକ ପ୍ରକାଶ କରି ଏକ ଲମ୍ବା ଚିଠି ଲେଖିଛନ୍ତ ସ୍ୱାମୀ ବୋନି କପୁର । ଏହାକୁ ଟ୍ୱିଟରରେ ସେ ସେୟାର କରିଛନ୍ତି । ଏଥିରେ ତାଙ୍କର ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ଜଣେ ବନ୍ଧୁ, ପତ୍ନୀ ଏବଂ ଦୁଇ ଝିଅଙ୍କ ମାଆକୁ ହରାଇବାର ଦୁଃଖ କହି ହେବ ନାହିଁ । ତେବେ ଏହି ସମୟରେ ତାଙ୍କ ପଛରେ ଠିଆ ହୋଇଥିବା ପରିବାର, ବନ୍ଧୁ, ସହଯୋଗୀ ଓ ଶୁଭେଚ୍ଛୁଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ଏହା ସହ ବୋନି କପୁର ଲେଖିଛନ୍ତି ଯେ ସେ ଭାଗ୍ୟଶାଳୀ ତାଙ୍କୁ ଅର୍ଜୁନ ଓ ଅଂଶୁଳା ପରି ପୁଅଝିଅ ମିଳିଛନ୍ତି । ଯେଉଁମାନେ ଏହି ଶୋକାକୁଳ ପରିବେଶରେ ତାଙ୍କର ଓ ଦୁଇ ଝିଅ ଜାହ୍ନବୀ ଓ ଖୁସି ସହ ଏକାଠି ରହିଲେ । ଗୋଟିଏ ପରିବାର ଭାବେ ଏକାଠି ହୋଇ ଆମେ ସମସ୍ତେ ଏହି ଦୁଃଖ ସମୟକୁ ଅତିକ୍ରମ କରିବାକୁ ଚେଷ୍ଟା କରିଛୁ ବୋଲି ବୋନି କପୁର ନିଜ ଚିଠିରେ ଲେଖିଛନ୍ତି । ଏହାଛଡା ଏହି ଚମକ୍ରାର ଅଭିନେତ୍ରୀଙ୍କ ପରଲୋକରେ ବିଶ୍ୱ ତାଙ୍କ ପ୍ରିୟର ଚାନ୍ଦନୀକୁ ହରାଇଛି ଏବଂ ଆମେ ସବୁ କିଛି ହରାଇ ଦେଇଛୁ ବୋଲି ସେ ନିଜ ଭାବବିହ୍ୱଳ ଚିଠିରେ ଉଲ୍ଲେଖ କରିଛନ୍ତି ।