ବ୍ରହ୍ମପୁର ବଡ଼ବଜାର ଫାଷ୍ଟ ଗେଟ୍ ବୋମାମାଡ଼ ଘଟଣା ! ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ୍

22

କନକ ବ୍ୟୁରୋ: ଜେଲ ଭିତରୁ ପ୍ରସ୍ତୁତ ହେଉଛି ବୋମାମାଡର ବ୍ଲୁ ପ୍ରିଂଟ୍ । ବ୍ରହ୍ମପୁର ବଡ଼ ବଜାର ଫାଷ୍ଟ ଗେଟ୍ ବୋମାମାଡ଼ର ବ୍ଲୁ ପ୍ରିଂଟ୍ ବ୍ରହ୍ମପୁର ଜେଲରୁ ପ୍ରସ୍ତୁତ ହୋଇଥିଲା । ତେବେ ଏହି ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ ବଜାର ପୁଲିସ୍ ।

ଗତ ଶନିବାର ସଂଧ୍ୟାରେ ଉପେନ୍ଦ୍ର ବେହେରା ଓ ତାଙ୍କ ସାଥି ଯାଉଥିବା ସମୟରେ କିଛି ଦୁର୍ବୃତ ବୋମାମାଡ଼ କରିବା ପରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ପରେ ବଡ଼ ବଜାର ପୋଲିସ ଅଭିଯୁକ୍ତ ମାନଙ୍କୁ ରମ୍ଭା ନିକଟରୁ ଗିରଫ କରିଥିଲା । ସେମାନଙ୍କ ଠାରୁ ୩ଟି ବାଇକ୍, ୬ଟି ମାରଣାସ୍ତ୍ର ଓ ୧୦ଟି ବୋମା ଜବତ ହୋଇଛି ।