ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣା: ଠିକା ସଂସ୍ଥା ଉପରେ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶ୍ୱସ୍ତରୀୟ ସଂସ୍ଥା ଦ୍ୱାରା ଦୁର୍ଘଟଣାର ଯାଂଚ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

40

କନକ ବ୍ୟୁରୋ : ଭୁବନେଶ୍ୱର ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣା ନେଇଛି ଜଣେ ଶ୍ରମିକର ଜୀବନ । ଏହା ପରେ ସରଗରମ ହୋଇଛି ରାଜନୀତି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାସ୍ଥଳ ପରିଦର୍ଶନ କରି ସଂପୃକ୍ତ ଠିକା ସଂସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ଘଟଣାକୁ ଦୁଭାର୍ଗ୍ୟଜନକ ବୋଲି କହିବା ସହ କେନ୍ଦ୍ରମନ୍ତ୍ରୀ ବିଶ୍ୱସ୍ତରୀୟ ସଂସ୍ଥା ମାଧ୍ୟମରେ ଓଭରବ୍ରିଜର ଯାଂଚ କରିବାକୁ ଦାବି କରିଛନ୍ତି ।

ଧର୍ମେନ୍ଦ୍ର ଆହୁରି କହିଛନ୍ତି, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଗୁରୁବାର ରାତିରେ ବମିଖାଲ ଓଭରବ୍ରିଜ ଦୁର୍ଘଟଣା ଘଟିଥିଲା । ଘଟଣାରେ ପଣ୍ଡା ଇନଫ୍ରାର ମାଲିକ ପ୍ରତାପ ପଣ୍ଡା ଗିରଫ ହୋଇସାରିଛନ୍ତି । ତାଙ୍କୁ କମିଶନରେଟ ପୋଲିସ ପଚରାଉଚରା କରୁଛି । ୮ ମାସ ଭିତରେ ଓଭରବ୍ରଜିରେ ଦୁଇ ଦୁଇଟି ଦୁର୍ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

petrol price remain constant during election

ସେହିପରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ୧୦ ଦିନ ହେଲା ପେଟ୍ରୋଲ, ଡିଜେଲର ଦର ସ୍ଥିର ରହିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଲ ଦର ଭାରତର ତେଲ ଦରକୁ ପ୍ରଭାବିତ କରୁଥିବା ସେ କହିଛନ୍ତି । ଭେନେଜୁଏଲାରେ ତେଲ ଉତ୍ପାଦନ କମିବା, ଇରାନ ଉପରେ ଆମେରିକାର କଟକଣା ଏସବୁ ଅନ୍ତର୍ଜାତୀୟ ତେଲ ବଜାରକୁ ପ୍ରଭାବିତ କରିଛି । ହେଲେ ଗତ ସପ୍ତାହକ ଭିତରେ ତେଲ ଦର ସ୍ଥିର ରହିଛି । ଅନ୍ୟପଟେ ତେଲ ଜିଏସଟି ଅନ୍ତର୍ଭୁକ୍ତ ହେବା ଉଚିତ ବୋଲି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିସହ ଏଲପିଜିର ଦର କମିଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।