ପଣ୍ଡା ଇନଫ୍ରାର ଅଡୁଆ ବଢିଲା : ବମିଖାଲ ଓଭରବ୍ରିଜ ଦୁର୍ଘଟଣାର ତଦନ୍ତ କରୁଥିବା ଯନ୍ତ୍ରୀସ୍ତରୀୟ କମିଟି ଆଜି ଦେବ ରିପୋର୍ଟ, ଶ୍ରମିକଙ୍କ ବୟାନ ସହ ବିଭିନ୍ନ ଦିଗର ହୋଇଛି ଅନୁଧ୍ୟାନ

25

କନକ ବ୍ୟୁରୋ : ବଢିଲା ପଣ୍ଡା ଇନଫ୍ରାର ଅଡୁଆ । ବମିଖାଲ ଓଭରବ୍ରିଜ ଦୁର୍ଘଟଣାର ତଦନ୍ତ କରୁଥିବା ଯନ୍ତ୍ରୀସ୍ତରୀୟ କମିଟି ଆଜି ସରକାରଙ୍କୁ ଚୂଡାନ୍ତ ରିପୋର୍ଟ ପ୍ରଦାନ କରିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଯନ୍ତ୍ରୀସ୍ତରୀୟ କମିଟି ଦୁର୍ଘଟଣାର ବିଭିନ୍ନ ଦିଗର ଅନୁଧ୍ୟାନ କରିଥିଲା । ଏହା ସହ ଚିକିତ୍ସିତ ହେଉଥିବା ଆହତ ଶ୍ରମିକଙ୍କ ବୟାନ ରେକର୍ଡ କରିଥିଲା ।

pratap panda

ଗତ ୩ ତାରିଖରେ ବମିଖାଲ ଓବରବ୍ରିଜରେ ଦୁର୍ଘଟଣା ଘଟି ଜଣେ ଶ୍ରମିକ ପ୍ରାଣ ହରାଇଥିଲେ । ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଦର୍ଶାଯିବା ସୂଚନା ରହିଛି । ଘଟଣା ପରେ ପଣ୍ଡା ଇନଫ୍ରା ଠିକାଦାର ପ୍ରତାପ ପଣ୍ଡା ଗିରଫ ହୋଇଥିବା ବେଳେ ଓବରବ୍ରିଜ କାମକୁ ବାଦ ଦିଆଯାଇଛି । ପଣ୍ଡା ଇନଫ୍ରା କରୁଥିବା ଜଟଣୀ ଫ୍ଲାଏଓଭରବ୍ରିଜର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି ।