ବମିଖାଲରେ ନିର୍ମାଣାଧୀନ ଫ୍ଲାଏ ଓଭର ଭୁଶୁଡ଼ିବା ଘଟଣା! ଆହତଙ୍କୁ ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ

34

over bridge collapsedକନକ ବ୍ୟୁରୋ : ରାଜଧାନୀର ବମିଖାଲରେ ନିର୍ମାଣାଧୀନ ଫ୍ଲାଏ ଓଭର ବ୍ରିଜ ଭୁଶୁଡ଼ିବା ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଭେଟିଛନ୍ତି ଏବଂ ଆହତଙ୍କ ଚିକିତ୍ସା ବିଷୟରେ ଡାକ୍ତରଙ୍କ ସହ କଥାବାର୍ତା ହୋଇଛନ୍ତି ।

ଦୁର୍ଘଟଣାରେ ନିଜର ବାପାଙ୍କୁ ହରାଇଥିବା ଶୀତଲ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଏମ୍ସରେ ଭେଟିଛନ୍ତି ଓ ତାଙ୍କର ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି । ଚିକିତ୍ସା କରୁଥିବା ଡାକ୍ତର କହିଚନ୍ତି ଯେ, ଶୀତଲ ଏବେ ବିପଦ ମୁକ୍ତ ଅଛନ୍ତି ।   ଆହାତଙ୍କୁ ଭେଟିବା ପରେ ନିଜର ପ୍ରତିକ୍ରିୟାରେ ନବୀନ କହିଛନ୍ତି, ଦୁର୍ଘଟଣା ସହିତ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।

ଫ୍ଲାଏ ଓଭର ବ୍ରିଜ ଦୁର୍ଘଟଣାରେ ରବିବାର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଶ୍ରମିକଙ୍କୁ କ୍ୟାପିଟାଲ ଓ ଏମ୍ସରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ୪ ଜଣ ଲୋକ ଚାପି ହୋଇ ଯାଇଥିବା ସନ୍ଦେହ କରାଯାଉଛି। ଉଦ୍ଧାର କାର୍ୟ୍ୟରେ ୪୪ଜଣ ଯବାନ ନିୟୋଜିତ ହୋଇଥିବା ବେଳେ ୪ଟି ସନ୍ଧାନୀ କୁକୁରକୁ ନିୟୋଜିତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ନିର୍ମାଣାଧୀନ ତ୍ରୁଟି ଯୋଗୁଁ କାମ ଚାଲିଥିବା ବେଳେ, ଝିଅକୁ ନେଇ ଘରକୁ ଫେରୁଥିବା ଝାରପଡ଼ାର ସତ୍ୟ ପଟ୍ଟନାୟକ ମୃତ୍ୟୁର ଶିକାର ହୋଇଥିଲେ । ଘଟଣା ପରେ ଉପ କାର୍ଯ୍ୟନିର୍ବାହୀ ବଂଶୀଧର ପ୍ରହରାଜ ଓ ସହାୟକ ଯନ୍ତ୍ରୀ କିଶୋର ରାଉତଙ୍କୁ ନିଲମ୍ବିତ କରାଯାଇଛି । ଘଟଣାସ୍ଥଳରେ ପୁଲିସର ଉପସ୍ଥିତିରେ ଦମକଳ ବାହିନୀର କର୍ମଚାରୀ ଓ ଏନଡିଆରଏଫ୍ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । କ୍ରେନþ ମାଧ୍ୟମରେ ଯୁଦ୍ଧକାଳୀନ ସ୍ଥିତିରେ ଉଦ୍ଧାର କରାଯାଉଛି ।