ବମିଖାଲ ବ୍ରିଜ ଭୁଷୁଡିବା ଘଟଣା : ମୃତ ସତ୍ୟ ପଟ୍ଟନାୟକଙ୍କ ଝିଅ ଶୀତଲ ବିପଦମୁକ୍ତ ସୂଚନା

51

କନକ ବ୍ୟୁରୋ : ବମିଖାଲ ବ୍ରିଜ ଭୁଷୁଡିବା ଘଟଣାରେ ପ୍ରାଣ ହରାଇଛନ୍ତି ସତ୍ୟବ୍ରତ ପଟ୍ଟନାୟକ । କଟକ ସ୍ଥିତ ସତିଚଉରା ଶ୍ମଶାନରେ ସତ୍ୟ ପଟ୍ଟନାୟକରେ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ଝିଅ ଶୀତଲ ଏମ୍ସରେ ଚିକିତ୍ସିତ ହେଉଛି । ତେବେ ଏବେ ଶୀତଲର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ସେ ଏବେ ବିପଦମୁକ୍ତ ଅଛି । ତାଙ୍କୁ ଆଜି ହସ୍ପିଟାଲରୁ ଡିସଚାର୍ଜ କରାଯିବ ।

ଗତକାଲି ବାପାଙ୍କ ସହ ଡ୍ୟାନ୍ସ ସ୍କୁଲରୁ ଫେରିବା ବେଳେ ବାପା ସତ୍ୟବ୍ରତ ପଟ୍ଟନାୟକ ଓ ଶୀତଲ ଉପରେ ଓଭରବ୍ରିଜ ଭୁଶୁଡି ପଡିଥିଲା । ଯେଉଁଥିରେ ସତ୍ୟଙ୍କର ମୃତ୍ୟୁ ହୋଇଥିବା ବେଳେ ଶୀତଲକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତିି କରାଯାଇଥିଲା । ପରେ ତାର ଅବସ୍ଥା ଗୁରୁତର ହେବାରୁ ତାକୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।