ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କଟକ ଘରେ ବୋମାମାଡ ଘଟଣା ! ୨ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ

30

କନକ ବ୍ୟୁରୋ : ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କଟକ ଘରେ ହୋଇଥିବା ବୋମାମାଡ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏମାନେ ହେଲେ ଓଡିଆ ବଜାର ଅଂଚଳର ରିୟାଜ ଖାନ ଓ ଦେୱାନୀବଜାର ଅଂଚଳର ନୟିମ ବଜ୍ଜୁ । ବିଧାୟକଙ୍କ ପୁତୁରାଙ୍କ ସହ ଥିବା ପୂର୍ବ ବିବାଦ ହିଁ ବୋମାମାଡର ପ୍ରକୃତ କାରଣ ବୋଲି ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି ।

ଗିରଫ ୨ ଜଣଙ୍କ ନାଁରେ କଟକର ବିଭିନ୍ନ ଥାନାରେ ଏକାଧିକ ମାମଲା ଅଛି । ଏମାନଙ୍କୁ ଆଜି କୋର୍ଟଚାଲାଣ କରାଯିବା ସହ ଆବଶ୍ୟକ ପଡିଲେ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି କଟକ ଡିସିପି କହିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –