ବିଳମ୍ବିତ ରାତିରେ ଆଠଗଡ ବିଜେଡି ବିଧାୟକ ରାଜା ସ୍ୱାଇଁଙ୍କ ଘରେ ବୋମାମାଡ !

24

କନକ ବ୍ୟୁରୋ : ଆଠଗଡ ବିଧାୟକ ରାଜା ସ୍ୱାଇଁଙ୍କ ଘରେ ବୋମା ମାଡ ହୋଇଛି । ରାଜା ସ୍ୱାଇଁଙ୍କ କଟକ ସ୍ଥିତ ବାସଭବନରେ ବିଳମ୍ବିତ ରାତିରେ ହୋଇଛି ବୋମା ମାଡ । ବୋମା ମାଡ ପରେ ରାଜା ସ୍ୱାଇଁଙ୍କ ପରିବାର କଟକ ଲାଲବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଘଟଣାସ୍ଥଳରେ ପୋଲିସ ପହଂଚି ଛାନଭିନ୍ ଜାରି ରଖିଛି । ମଧ୍ୟରାତ୍ରରେ ଦୁଇଜଣ ଯୁବକ ବାଇକରେ ଆସି ବୋମା ମାଡ କରି ଫେରାର ହୋଇଥିବା ସିସିଟିଭି ଫୁଟେଜରୁ ଜଣା ପଡିଛି । ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ ।

ସଂପୃକ୍ତ ୨ ଯୁବକ ନମ୍ବର ବିହୀନ ବାଇକରେ ଆସି ଚାନ୍ଦିନୀଚୌକରେ ଥିବା ଘର ଉପରକୁ ବୋମା ପିଙ୍ଗିଥିଲା । ବୋମା ପ୍ରଚଣ୍ଡ ଶଦ୍ଦ କରି ସ୍ୱାଇଁଙ୍କ ଘରର ଗ୍ୟାରେଜରେ  ଫୁଟିଥିଲା । ବୋମାମାଡ କରିଥିବା ଦୁର୍ବୃତର ଚେହେରା ସିସିଟିିଭିରେ କଏଦ ହୋଇଛି । ଲାଲାବାଗ ଥାନା ପୋଲିସ ସିସିଟିଭି ଫୁଟେଜକୁ ସଂଗ୍ରହ କରି ଛାନଭିନ ଆରମ୍ଭ କରିଛି ।