ବ୍ରହ୍ମପୁର : ଜେଲ ଭିତରୁ ପ୍ରସ୍ତୁତ ହେଉଛି ବୋମାମାଡର ବ୍ଲୁ ପ୍ରିଂଟ୍

23

କନକ ବ୍ୟୁରୋ : ଜେଲ ଭିତରୁ ପ୍ରସ୍ତୁତ ହେଉଛି ବୋମାମାଡର ବ୍ଲୁ ପ୍ରିଂଟ୍ । ବ୍ରହ୍ମପୁର ବଡ଼ ବଜାର ଫାଷ୍ଟ ଗେଟ୍ ବୋମାମାଡ଼ର ବ୍ଲୁ ପ୍ରିଂଟ୍ ବ୍ରହ୍ମପୁର ଜେଲରୁ ପ୍ରସ୍ତୁତ ହୋଇଛି । ବୋମାମାଡ ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡବଜାର ପୋଲିସ । ଗତ ଶନିବାର ସଂଧ୍ୟାରେ ଉପେନ୍ଦ୍ର ବେହେରା ଓ ତାଙ୍କ ସାଥି ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ବୋମାମାଡ଼ କରିବା ପରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ।

ପରେ ବଡ଼ ବଜାର ପୋଲିସ ଅଭିଯୁକ୍ତ ମାନଙ୍କୁ ରମ୍ଭା ନିକଟରୁ ଗିରଫ କରିଥିଲା । ସେମାନଙ୍କ ଠାରୁ ୩ଟି ବାଇକ୍, ୬ଟି ମାରଣାସ୍ତ୍ର ଓ ୧୦ଟି ବୋମା ଜବତ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଛି । ତେବେ ଏହି ବୋମାମାଡର ବ୍ଲୁ ପ୍ରିଂଟ୍ ବ୍ରହ୍ମପୁର ଜେଲରୁ ପ୍ରସ୍ତୁତ ହୋଇଥିବା ଏଏସପି ସୂଚନା ଦେଇଛନ୍ତି ।