ନୟାଗଡରେ ବାଲିଘାଟକୁ କେନ୍ଦ୍ର କରି ଫୁଟିଲା ବୋମା । ୪ ଆହତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

31

କନକ ବ୍ୟୁରୋ : ନୟାଗଡରେ ଫୁଟିଲା ବୋମା । ଓଡଗାଁ ଥାନା ଅନ୍ତର୍ଗତ ବାହାଡାଝୋଲା ଶୁଣ୍ଢିଝୋଲା ଗ୍ରାମବାସୀଙ୍କ ଉପରେ ବୋମାମାଡ ହୋଇଛି । ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କୁ ନୟାଗଡ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି । ବାଲିଘାଟକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ସନ୍ଦେହ କରାଯାଉଛି ।