ବାଙ୍କୀ କଳାପଥର ବଜାରରେ ବୋମାମାଡ

29

ବାଙ୍କୀ : କଟକ ବାଙ୍କୀ କଳାପଥର ବଜାରରେ ବୋମାମାଡ । ଗଣେଶ ମୂର୍ତି ବିସର୍ଜନକୁ ନେଇ ଖଜୁରୀପଦା ଓ କଳାପଥର ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ ତୀବ୍ର ରୂପ ନେଇଛି । ଗତକାଲି ବିସର୍ଜନ ବେଳେ ଦୁଇ ଗାଁରେ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଆଜି କଳାପଥର ବଜାରରେ ଉଭୟ ଗୋଷ୍ଠୀ ପକ୍ଷରୁ ବୋମାମାଡ ଓ ଟେକାପଥର ମାଡ କରାଯାଇଛି । ବୋମାମାଡରେ ୨ଟି ଦୋକାନ ଜଳିଯାଇଛି । ଏହା ସହ ୧୦ରୁ ଅଧିକ ଦୋକନରେ ଭଙ୍ଗାରୁଜା ହୋଇଛି । ଉଭୟ ଗୋଷ୍ଠୀ ର ୩ ଜଣରୁ ଅଧିକ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି ।