ଗଣେଶ ମୂର୍ତ୍ତି ବିସର୍ଜନକୁ ନେଇ କୃଷ୍ଣପ୍ରସାଦରେ ଗୋଷ୍ଠୀ ସଂଘର୍ଷ, ୫୦ ରାଉଣ୍ଡ ଗୁଳି ଓ ବୋମାମାଡ଼ରେ ୨୦ ଆହତ ସୂଚନା

30

କନକ ବ୍ୟୁରୋ: ଗଣେଷ ଭଷାଣକୁ ନେଇ ଉତେଜନା ପରେ ବୋମାମାଡ । ପୁରୀ ଜିଲ୍ଲା ବ୍ରହ୍ମଗିରି କୃଷ୍ରପ୍ରସାଦରେ ଏଭଳି ଉତ୍ତେଜନା ଦେଖାଦେଇଛି । କୃଷ୍ଣପ୍ରସାଦ ବ୍ଲକର ବ୍ରହ୍ମପୁରା ଗାଁରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ମୁତୟନ କରାଯାଇଛି ।

ସୂଚନା ମୁତାବକ, ଗଣେଶ ମେଢ଼ ବିସର୍ଜନକୁ ନେଇ ଆଜି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଗତକାଲି ସୃଷ୍ଟି ହୋଇଥିବା ବିବାଦ ଆଜି ଉଗ୍ର ରୂପ ନେଇଛି । ଉଭୟ ପକ୍ଷ ପରସ୍ପର ଉପରକୁ ବୋମାମାଡ଼ କରିବା ସହିତ ପ୍ରାୟ ୫୦ ରାଉଣ୍ଡ ଗୁଳି ଫୁଟାଇଛନ୍ତି ।

ଏହି ଗଣ୍ଡଗୋଳରେ ୨୦ ବଖରରୁ ଅଧିକ ଘର ନିଆଁ ଲାଗି ପୋଡ଼ି ଯାଇଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ କୃଷ୍ଣପ୍ରସାଦ ଥାନା ଇନସପେକ୍ଟର ସୁବାସ ପଣ୍ଡା ୨ଟି ଡଙ୍ଗାରେ ଫୋର୍ସ ନେଇ ଗାଁ ପାଖରେ ପହଞ୍ଚିଛନ୍ତି । ତେବେ ବୋମା ଓ ଗୁଳି ମାଡ଼ ଯୋଗୁଁ ପୁଲିସ ଗ୍ରାମ ଭିତରକୁ ପଶି ପାରୁ ନ ଥିବା ଜଣା ପଡ଼ିଛି ।