ରାତି ଅଧରେ ଦୁର୍ବୃତ୍ତଙ୍କ ଆତଙ୍କ ! ରାଜଧାନୀ ଉପକଣ୍ଠ ରଙ୍ଗମାଟିଆରେ ବୋମାମାଡ, ଚକେଇସିଆଣିରେ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ

17

କନକ ବ୍ୟୁରୋ : ଭୁବନେଶ୍ୱର ଉପକଂଠରେ ବୋମାମାଡ । ରାଜଧାନୀ ଉପକଣ୍ଠ ରଙ୍ଗମାଟିଆରେ ଗତକାଲି ରାତିରେ ବୋମାମାଡ ହୋଇଛି । ୧୦ ଜଣ ଦୁର୍ବୃତ୍ତ ବାଇକରେ ଆସି ବୋମାମାଡ କରି ଫେରାର ହୋଇଯାଇଛନ୍ତି । ବୋମାମାଡରେ ଜଣେ ଶିଶୁ ଆହତ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ରଙ୍ଗମାଟିଆ ଅଂଚଳରେ ଉତେଜନା ଲାଗିରହିଛି ।

ଦୁର୍ବୃତ୍ତ ମାନେ ରଙ୍ଗମାଟିଆ ଅଂଚଳରେ ବୋମାମାଡ କରିବା ପରେ ଚକେଇସିଆଣି ଅଂଚଳରେ ବି ଆତଙ୍କ ଖେଳାଇଛନ୍ତି । ଚକେଇସିଆଣି ଅଂଚଳରେ କିଛି ଲୋକଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହାପରେ ଚକେଇସିଆଣି ଅଂଚଳର ଲୋକେ ମଂଚେଶ୍ୱର ଥାନା ଘେରାଉ କରିଥିଲେ । ୫୦ରୁ ଅଧିକ ଲୋକ ଏକାଠି ହୋଇ ମଂଚେଶ୍ୱର ଥାନା ଘେରାଉ କରିଥିଲେ । ବିଳମ୍ବିତ ରାତି ଯାଏଁ ଉତ୍ୟକ୍ତ ଲୋକେ ଥାନା ଆଗରେ ବସିରହିଥିଲେ । ପରେ ଲୋକଙ୍କୁ ବୁଝାସୁଝା କରି ଫେରାଇଥିଲା ପୋଲିସ । ଏଥିସହ ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଧରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି ।