ଭଞ୍ଜନଗରରେ ଘନଘନ ବୋମା ମାଡ ! ୨ ଆହତ, ଦୁର୍ବୃତ୍ତଙ୍କ ଟାର୍ଗେଟରେ ସପିଂ ମଲ୍ ଓ ଗହଣା ଦୋକାନ ।

166
କନକ ବ୍ୟୁରୋ : ସଂଧ୍ୟାରେ ଭଂଜନଗର ବଜାର ଉପରେ ଘନଘନ ବୋମା ମାଡ ହୋଇଛି । ପ୍ରାୟ ୪ଟି ସ୍ଥାନରେ ୧୦ରୁ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ସପିଂ ମଲ୍ ଓ ଗହଣା ଦୋକାନକୁ ଟାର୍ଗେଟ କରିଛନ୍ତି ଦୁର୍ବୃତ । ବୋମା ମାଡ଼ କରିବା ପରେ ଫେରାର ହୋଇ ଯାଇଛନ୍ତି ଦୁର୍ବୃତ । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ଛାନଭିନ୍ ଆରମ୍ଭ କରିଛି ।
ରିପୋର୍ଟ ଅନୁସାରେ ଭଂଜନଗରରେ ପ୍ରତିଦିନ ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ପାଓ୍ଵାର କଟ୍ ହୋଇଥାଏ। ଏହି ପାଓ୍ଵାରକଟର ସୁଯୋଗ ନେଇ ସନ୍ଧ୍ୟା ୬ଟା ୩୦ରେ ଦୁର୍ବୃତ୍ତମାନେ ପ୍ରଥମେ ବୋମାମାଡ଼ କରିଥିଲେ । ଦୁର୍ବୃତ୍ତମାନେ ପ୍ରଥମ ବୋମାମାଡ଼ ଆକ୍ସିସ ବ୍ୟାଙ୍କ ସମ୍ମୁଖରେ କରିଥିଲେ। ଏହା ପରେ ଜଗନ୍ନାଥ ହୋଟେଲ, ସହରର ବ୍ରିଜ୍ ଉପରେ, ବାଉଁଶଲୁଣ୍ଡି ନିକଟ ମଦ ଦୋକାନ ନିକଟ ଓ ହିରୋ ସୋ’ରୁମ ‘ରେବତୀ ମୋଟର୍ସ’ ଉପରେ ବୋମାମାଡ଼ କରି ଫେରାର ହୋଇଥିଲେ।