ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ବଲିଉଡ୍ ସିନେମା ‘ଜଲି ଏଲଏଲବି-୨’

39

ଫିଲ୍ମ ଫ୍ରାଇଡେରେ ଆଜି ପରଦାକୁ ଆସିଛି ବଲିଉଡ୍ ସିନେମା ‘ଜଲି ଏଲଏଲବି-୨’ । ୨୦୧୩ରେ ରିଲିଜ୍ ହୋଇଥିବା ଅର୍ଶଦ୍ ୱାରସୀ ଅଭିନୀତ ଜଲି ଏଲଏଲବିର ଏହା ହେଉଛି ସିକ୍ୱେଲ୍ । ‘ଜଲି ଏଲଏଲବି-୨’ରେ ଓକିଲ ଭୂମିକାରେ ଦେଖା ଦେଇଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର । ୨୦୧୭ରେ ଏହା ହେଉଛି ଅକ୍ଷୟଙ୍କ ପ୍ରଥମ ସିନେମା । ଦମଦାର କମେଡି ସହ ଏହି ସିନେମାରେ ସମାଜ ପାଇଁ ବାର୍ତା ମଧ୍ୟ ରହିଛି । ଅକ୍ଷୟଙ୍କ ବିପକ୍ଷରେ ଅଛନ୍ତି ହୁମା କୁରେସୀ । ରିଲିଜ୍ ପୂର୍ବରୁ ଗତକାଲି ଆୟୋଜନ ହୋଇଥିଲା ‘ଜଲି ଏଲଏଲବି-୨’ର ସ୍ୱତନ୍ତ୍ର ସ୍କ୍ରିନିଂ । ସିନେମାଟି ବକ୍ସ ଅଫିସରେ ଧମାଲ କରିବ ବୋଲି ଆଶା ବାନ୍ଧିଛନ୍ତି ପୁରା ଟିମ୍ ।