ବିବାଦର ବାରୁଦ ଉପରେ ରିୟାଙ୍କ ରଙ୍ଗୀନ୍ ଜୀବନ ! ଦେଖନ୍ତୁ ଷ୍ଟାର୍ ଡଟରଙ୍କ କଂଟ୍ରୋଭର୍ସି କ୍ୟାଲେଣ୍ଡର୍

131

୩୬ ବର୍ଷରେ ପାଦ ରଖିଛନ୍ତି ହିନ୍ଦି ଓ ବଙ୍ଗାଳୀ ସିନେମାର ଲୋକପ୍ରିୟ ଅଭିନେତ୍ରୀ ମୁନମୁନ୍ ସେନଙ୍କ ଝିଅ ରିୟା ସେନ୍ । ସିନେମା ‘ଷ୍ଟାଇଲ’ରୁ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ ରିୟା । ପ୍ରାୟ ୩୦ଟି ବଲିଉଡ ସିନେମାରେ ଅଭିନୟ କରିଥିବା ରିୟାଙ୍କର କିନ୍ତୁ ସିନେମା ଅପେକ୍ଷା ବିବାଦ ସହ ବେଶୀ ଗଭୀର ସଂପର୍କ ରହିଛି । ବଲିଉଡରେ ନିଜ ପାଦ ଜମାଇବା ଚକ୍କରରେ କେତେବେଳେ ତାଙ୍କ ହାତକୁ ବି – ଗ୍ରେଡ୍ ସିନେମା ଆସିଛି ତ କେତେବେଳେ ଆସିଛି ବିବାଦ । ଷ୍ଟାର୍ କିଡ୍ ହୋଇ ମଧ୍ୟ ରିୟାଙ୍କ କ୍ୟାରିୟରରେ ଲାଗିଛି ଫ୍ଲପର ମୋହର । ଏବେ ନଜର ପକାନ୍ତୁ ରିୟାଙ୍କ କଂଟ୍ରୋଭର୍ସି କ୍ୟାଲେଣ୍ଡର୍ ଉପରେ ।

ରିୟାଙ୍କୁ ସିନେମା ପାଇଁ ଅଫର୍ ନମିଳିବାର ଗୋଟିଏ କାରଣ ହେଉଛି ତାଙ୍କ ଖରାପ ବ୍ୟବହାର । ନିର୍ଦେଶକଙ୍କ ଠାରୁ ଆରମ୍ଭ କରି ଫିଲ୍ମ ୟୁନିଟର ସବୁ ମେମ୍ବର ତାଙ୍କର ବ୍ୟବାହାରକୁ ନେଇ ଅସନ୍ତୁଷ୍ଟ ଥିଲେ ।

ଏହା ବ୍ୟତୀତ ରିୟା ନିଜ ଲଭ୍ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚିତ ଥିଲେ । ସିନେମା ‘ଲଭ୍ ୟୁ ହମେଶା’ ସୁଟିଂ ସମୟରେ ରିୟା ଅଭିନେତା ଅକ୍ଷୟ ଖନ୍ନାଙ୍କ ପ୍ରେମରେ ପଡିଥିଲେ । କିଛିଦିନ ଯାଏ ଉଭୟଙ୍କ ସଂପର୍କ ଭଲ ଥିଲା । ତେବେ ଜନ୍ ଅବ୍ରାହମଙ୍କ ପାଇଁ ରିୟା ଅକ୍ଷୟଙ୍କୁ ଛାଡି ଦେଇଥିଲେ । ତେବେ ଜନଙ୍କ ସହ ବ୍ରେକ ଅପ୍ ହେବା ପରେ ରିୟା ପୁଣି ଥରେ ଅକ୍ଷୟଙ୍କ ନିକଟତର ହୋଇଥିଲେ ।

ତେବେ କିଛିଦିନ ପରେ କ୍ରିକେଟ ଷ୍ଟାର୍ ଶ୍ରୀଶାନ୍ତଙ୍କ ପାଇଁ ଅକ୍ଷୟଙ୍କ ସହ ବ୍ରେକ ଅପ୍ କଲେ ରିୟା । ତେବେ ଏଥର ମଧ୍ୟ ରିୟାଙ୍କ ସଂପର୍କ ବେଶିଦିନ ତିଷ୍ଠି ପାରି ନଥିଲା । ଶ୍ରୀଶାନ୍ତ ବିବାହ ଅନ୍ୟ ସ୍ଥାନରେ ଠିକ୍ ହୋଇଯିବା ପରେ ଉଭୟ ଅଲଗା ହୋଇଯାଇଥିଲେ ।

ତେବେ ନିଜ ବୟସଠାରୁ ଦୁଇ ଗୁଣ ଅଧିକ ବଡ ଥିବା ଲେଖକ ସଲମାନ ରସିଦଙ୍କ ସହ ରିୟାଙ୍କ ଆଫେୟାର୍ ଥିବା ମଧ୍ୟ ଶୁଣିବାକୁ ମିଳିଥିଲା ।

ଆଫେୟାର୍ ବ୍ୟତୀତ ଅନେକ ପାର୍ଟିରେ ରିୟା କେବଳ ପୁଅ ନୁହେଁ ଝିଅ ମାନଙ୍କୁ ଲିପ୍ କିସ୍ କରୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା । ଏହା ସହ ରିୟା ଡ୍ରଗ୍ସ ଆଡିକଟେଡ୍ ମଧ୍ୟ ଥିଲେ ।

ରିୟାଙ୍କ ଜୀବନରେ ସବୁଠାରୁ ବଡ ବିବାଦ ଥିଲା ଅଭିନେତା ଅସ୍ମିତ୍ ପଟେଲଙ୍କ ସହ ଲିକ୍ ହୋଇଥିବା ସେକ୍ସ ଏମଏମଏସ୍ । ଶୁଣିବାକୁ ମିଳିଥିଲା ପବ୍ଲିସିଟି ପାଇଁ ରିୟା ନିଜେ ଏହି ଏମଏମଏସ୍ ଲିକ୍ କରିଥିଲେ । କାରଣ ସେହି ସମୟରେ ରିୟାଙ୍କର ଏକ ସିନେମା ରିଲିଜ୍ ହେବାର ଥିଲା । ତେବେ ଏହି ଘଟଣା ପରେ ଅସ୍ମିତ୍ ଓ ରିୟା ଅଲଗା ହୋଇଯାଇଥିଲେ ।

ତେବେ ଏସବୁ ପରେ ରିୟାଙ୍କ ନାଁରେ ଚୋରୀର ମଧ୍ୟ ଅଭିଯୋଗ ଆସିଥିଲା । ସିନେମା ‘ଦ ଷ୍ଟ୍ରେଂଜ୍ ଲଭ୍ ଷ୍ଟୋରୀ’ ସୁଟିଂ ରେ ରିୟା ମଦ ପିଇ କି ଯାଇଥିଲେ । ଆଉ ସେଠାରେ ହଙ୍ଗାମା କରିବା ପରେ କପଡା ଡିପାର୍ଟମେଂଟରୁ ଗୋଟିଏ ଜିନ୍ସ ଚୋରୀ କରିଥିଲେ ।

ବିଭିନ୍ନ ଅଭିନେତାଙ୍କ ସହ ବୋଲ୍ଡ ଓ ହଟ୍ ସିନ୍ ଦେଇ ଚର୍ଚ୍ଚାରେ ରହୁଥିବା ରିୟା ଫାଲଗୁନି ପାଠକଙ୍କ ଗୀତ ‘ଚୁଡି ଯୋ ଖନକି ହାତୋ ମେ’ ଜରିଆରେ ପ୍ରଥମେ ରୁପେଲି ପରଦାରେ ନଜର ଆସିଥିଲେ ।