ଯଦି ଏହି କଳାକାରମାନେ ଭାଙ୍ଗିଯାଇଥିବା ବନ୍ଧୁତ୍ୱକୁ ପୁଣି ଯୋଡି ଦିଅନ୍ତେ. . . ! ବନ୍ଧୁତା ପୁଣି ଝଲସି ଉଠନ୍ତା

39

kapil

ବଲିଉଡର ଏମିତି ଅନେକ କଳାକାର ଯୋଡି ଅଛନ୍ତି, ଯାହାଙ୍କ ବନ୍ଧୁତାର ପଟାନ୍ତର ନାହିଁ । ଏମିତି ବନ୍ଧୁତାକୁ ସଲାମ କରାଯାଏ । କିନ୍ତୁ ଏବେ ଏମାନଙ୍କ ଭିତରେ ସେହି ବନ୍ଧୁତାରେ ପୂର୍ଣ୍ଣଚ୍ଛେଦ ପଡିଛି । ‘ବନ୍ଧୁତା ଦିବସ’ରେ ଆସନ୍ତୁ ଜାଣିବା ଏମିତି ବନ୍ଧୁଙ୍କ ବନ୍ଧୁତା ବିଷୟରେ । ଆଉ ଆଶା କରିବା ପୁଣି ଏହି ବନ୍ଧୁତା ଯୋଡି ହୋଇଯାଉ ।

ସଲମାନ ଖାନ୍ –ସଂଜୟ ଦତ୍ତ : ଅଭିନେତା ସଲମାନ ଓ ସଂଜୟଙ୍କ ବନ୍ଧୁତା ଖୁବ୍ ଚର୍ଚ୍ଚିତ ଥିଲା । କିନ୍ତୁ ଏବେ ଏମାନଙ୍କ ଭିତରେ ସଂପର୍କ ଭଲରେ ନାହିଁ । ଯେତେବେଳେ ସଂଜୟ ଦତ୍ତ ଜେଲରୁ ବାହାରିଲେ ତାଙ୍କୁ ଦେଖାକରିବାକୁ ବି ସଲମାନ ଯାଇନଥିଲେ । ଏହି କଥାରେ ଖୁବ୍ ମନଦୁଃଖ କରିଥିଲେ ସଂଜୟ ଏବଂ ସେମାନଙ୍କର ବନ୍ଧୁତା ପାଣିଚିଆ ହୋଇଯାଇଥିଲା । ଆଉ ମଧ୍ୟ ଶୁଣାଯାଏ , ଏହି ବନ୍ଧୁତା ତୁଟିବାର ଆଉ ଏକ କାରଣ ସଂଜୟ ଦତ୍ତଙ୍କ ଦ୍ୱାରା ନିଜ ମ୍ୟାନେଜର ରେଶମା ସେଟ୍ଟିଙ୍କୁ ହଟାଇବା ଘଟଣା ।

karanକରଣ ଜୋହର –କାଜୋଲ୍ : ଏହି ଦୁଇଜଣଙ୍କର ବନ୍ଧୁତା ୨୫ ବର୍ଷର ପୁରୁଣା ସଂପର୍କ ଥିଲା । କିନ୍ତୁ ଗତ ବର୍ଷ ଏହି ବନ୍ଧୁତାରେ ଦୂରତା ବଢିଗଲା । ଏହାର କାରଣ କରଣ ଓ କାଜୋଲଙ୍କ ସ୍ୱାମୀ ଅଜୟଙ୍କ ଫିଲ୍ମକୁ ନେଇ ମତଭେଦ । ଫିଲ୍ମ ‘ୟେ ଦିଲ୍ ହେ ମୁସ୍କିଲ୍’ ଓ ‘ଶିବାୟ’ ଗୋଟିଏ ଦିନରେ ରିଲିଜ ହୋଇଥିଲା । ନିଜର ଏହି ବନ୍ଧୁତା ତୁଟି ଯିବା ପରେ କରଣ ଜୋହର କହିଥିଲେ , ବେଳେବେଳେ ପୃଷ୍ଠା ସରିଯାଏ । ଆଉ ବହି ସରିଯାଏ । ସେମିତି ସଂପର୍କର ପୃଷ୍ଠା ବି ସରିଯାଏ ।

କପିଲ ଶର୍ମା-ସୁନୀଲ୍ ଗ୍ରୋଭର : କମେଡି ଦୁନିଆର ଏହି ପ୍ରସିଦ୍ଧ ଯୋଡି ଲମ୍ବା ସମୟ ଧରି ଦର୍ଶକଙ୍କୁ ହସାଉଥିଲେ । କିନ୍ତୁ ଏହି ଅତୁଟ ବନ୍ଧୁତାରେ ବିଗତ ଦିନରେ ବିବାଦର କଳା ବାଦଲ ଢାଙ୍କି ଦେଇଥିଲା । ସିଡନୀରୁ ଏକ କେମଡି ସୋ’ ସାରି ଫରିବା ବେଳେ ବିମାନରେ ଏହି ଦୁଇ ଦୋସ୍ତଙ୍କ ମଧ୍ୟରେ ଝଗଡା ସୂତ୍ରପାତ ହୋଇଥିଲା । ଫଳରେ ସୁନିଲ୍ କପିଲଙ୍କ ସୋ’ ଛାଡି ଦେଇଥିଲେ । ଆଉ ତାପରେ ଏହି ବନ୍ଧୁତାରେ ପଡିଥିଲା ପୂର୍ଣ୍ଣଚ୍ଛେଦ ।

govindaଗୋବିନ୍ଦା-ଡେବିଡ୍ ଧୱନ : ଅଭିନେତା- ନିର୍ଦ୍ଦେଶକଙ୍କ ଏହି ଯୋଡି ମିଶି ଅନେକ ଦିନଧରି ସୁପର-ଡୁପର ହିଟ୍ ଫିଲ୍ମ କରିଥିଲେ । କିନ୍ତୁ ତାଙ୍କର ଏହି ବନ୍ଧୁତାରେ କାହାର ନଜର ଲାଗିଗଲା । ଏହି ବର୍ଷ ଫେବୃୟାରୀରେ ଏକ ସାକ୍ଷାତକାରରେ ଗୋବିନ୍ଦା ଡେବିଡଙ୍କ ବିଷୟରେ କହିଥିଲେ ଯେ ଡେବିଡଙ୍କ ପ୍ରକୃତିରେ ଏକ ଡୋମିନେସ୍ ରହିଛି । ଯଦି କାହାର ଫିଲ୍ମ ହିଟ୍ ହୁଏ ତାଙ୍କୁ ଭଲ ଲାଗେ ନାହିଁ । ସେ ଈର୍ଷା ପରାୟଣ ହୋଇଥାନ୍ତି । ଆଉ ଏହାପରେ ସେମାନଙ୍କର ସଂପର୍କରେ ଭଟ୍ଟା ପଡିଥିଲା ।

ସଲିମ୍ ଖାନ୍ – ଜାଭେଦ୍ ଅଖତର : ସତର ଦଶକରେ ପଟ୍ଟକଥା ଲେଖକ ଏହି ଯୋଡି ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିଲେ । ଏହି ଦୁଇଜଣ ଲେଖକ ପ୍ରଥମ ଯୋଡି ଥିଲେ , ଯାହାଙ୍କୁ ସମସ୍ତେ ପସନ୍ଦ କରୁଥିଲେ । ପରେ ଏମାନଙ୍କ ଭିତରେ ଦୂରତା ବଢିଯାଇଥିଲା । କିନ୍ତୁ ଏହାର କାରଣ କ’ଣ ଥିଲା ସାମନାକୁ ଆସିନଥିଲା ।