ବହୁ ବଲିଉଡ୍ କଳାକାର ଏକାଠି ହୋଇ ପାଳିଲେ ଦୀପାବଳୀ ।

378

କନକ ବ୍ୟୁରୋ : ବଲିଉଡରେ ଦୀପାବଳୀର ଜସନ । ଆଜି ସାରା ଦେଶ ଆଲୋକର ପର୍ବ ପାଳନ କରିଥିବାବେଳେ ବଲିଉଡ ମଧ୍ୟ ଏଥିରୁ ବାଦ ପଡିନି । ବହୁ ବଲିଉଡ କଳାକାର ଏକାଠି ହୋଇ ଦୀପାବଳି ପାଳିଛନ୍ତି । ଦିୱାଲୀ ପାର୍ଟିରେ ଷ୍ଟାର୍ସଙ୍କ ଭିଡ ଜମୁଥିବା ବେଳେ ପାର୍ଟି ହୋଷ୍ଟମାନେ ବି ବହୁ ଆଡମ୍ବର ସହ ଆୟୋଜନ କରିଛନ୍ତି । ନିକଟରେ ମାୟାନଗରୀ ମୁମ୍ବାଇରେ ପ୍ରଜୋଜିକା ଏକତା କପୁର ଓ ଅଭିନେତା ସଂଜୟ ଦତ ଦିୱାଲୀ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ମଧ୍ୟ କଳାକାରଙ୍କ ଭିଡ ଦେଖିବାକୁ ମିଳିଥିଲା । ଗତକାଲି ରାତିରେ ଏହି  ପାର୍ଟି ରଖାଯାଇଥିଲା । 

ସମସ୍ତେ ମିଳିମିଶି ବାଣ ଫୁଟାଇ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ ଧୁମ୍ ଧାମରେ ଦୀପାବଳି ପାଳିଛନ୍ତି କପୁର୍ ସିଷ୍ଟର୍ । ଏଥିରେ ଅଭିନେତ୍ରୀ କରିଶ୍ମା କପୁର୍, କରିନା କପୁର୍ ଖାନ୍ ସ୍ୱାମୀ ସୈଫ୍ ଅଲ୍ଲି ଖାନ୍, ଅମ୍ରିତା ଅରୋରା ଆଦି ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଛି । ଏହି ସମୟର କିଛି ଫଟୋ ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ଅବସରରେ କରୀନାଙ୍କୁ ଶାଢିରେ ଦେଖିବାକୁ ମିଳିଥିଲା । ବ୍ଲାକ୍ ଆଣ୍ଡ ହ୍ୱାଇଟ୍ କମ୍ବିନେସନ୍ ଶାଢିରେ କରୀନା ବେଶ୍ ଆକର୍ଷଣୀୟ ନଜର ଆସିଥିଲେ । ଏହି ଅବସରରେ କଳାକାରମାନେ ଦେଶବାସୀଙ୍କୁ ସୁରକ୍ଷିତ ଦାପୀବଳିର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।