ପୁଣି ଥରେ ଭିନ୍ନ ସ୍ୱାଦର ଅଭିନୟ ନେଇ ଆସୁଛି ଇଷ୍ଟନ୍ ଅପେରା: ଏଥର ଯାତ୍ରା ମଂଚରେ ଦର୍ଶକ ପାଇପାରିବେ ବଲିଉଡ୍ ଛୁଙ୍କ

52

କନକ ବ୍ୟୁରୋ: ସବୁବେଳେ ଦର୍ଶକଙ୍କୁ କିଛି ନୂଆ ଉପହାର ଦେବାର ପ୍ରୟାସ ଜାରି ରଖିଥିବା ଇଷ୍ଟନ୍ ଅପେରା, ଚଳିତବର୍ଷ ଦର୍ଶକଙ୍କ ପାଇଁ ଯାତ୍ରାରେ ରଖିଛି ବଲିଉଡ ଛୁଙ୍କ । ବଲିଉଡର ନାମୀଦାମୀ କଳାକାରଙ୍କୁ ଅବିକଲ ନକଲ କରିପାରୁଥିବା କିଛି ଜୁନିୟର କଳାକାର ଏଥର ଇଷ୍ଟନ୍ ଅପେରା ଯାତ୍ରା ମଂଚରେ ଅଭିନୟ କରିବେ । ଶାହାରୁଖ୍ ଖାନ୍, ସଲମାନ ଖାନ୍ ଏବଂ ସଂଜୟ ଦତଙ୍କ ଢ଼ାଣିରେ ଅଭିୟନ କରିପାରୁଥିବା, ସେମାନଙ୍କ ଭଳି ସମାନ ସ୍ୱରରେ ଡାଇଲକ୍ ମାରିପାରୁଥିବା କଳାକାରଙ୍କୁ ଏଥର ଯାତ୍ରା ମଂଚରେ ଭେଟି ଦେବାକୁ ଯାଉଛି ଇଷ୍ଟନ୍ ଅପେରା ।

ଇର୍ଣ୍ଣନ୍ ଅପେରାରେ ସାମିଲ ହେବା ପାଇଁ ଗତକାଲି ଭୁବନେଶ୍ୱରରେ ପହଂଚିଛନ୍ତି ସେହି ତିନି ଜଣ କଳାକାର ଯାହାକୁ ନେଇ ଯାତ୍ରା ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି । ବର୍ତମାନ ଇର୍ଣ୍ଣନ୍ ଅପେରା ପାଇଁ ବୁକି ଚାଲିଛି । ଆପଣଙ୍କ ଅଂଚଳରେ ଯଦି ଭିନ୍ନ ସ୍ୱାଦର ଅଭିନୟ ସହ ଦମ୍ଦାର କାହାଣୀକୁ ନେଇ ଯାତ୍ରା ଦେଖିବାକୁ ଯୋଜନା କରୁଛନ୍ତି, ତେବେ ତୁରନ୍ତ ଇଷ୍ଟନ୍ ଅପେରା ସହ ଯୋଗାଯାଗ କରି ପାରିବେ ।