୨୦୧୭ରେ ହୋଇପାରେ ସୋନାକ୍ଷୀ ଓ ବଂଟିଙ୍କ ନିର୍ବନ୍ଧ !

28

ବର୍ଷ ୨୦୧୬ରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ତାଙ୍କ ବୟଫ୍ରେଣ୍ଡ ବଂଟି ସଚଦେବଙ୍କ ଲଭ ଆଫୟର୍ସକୁ ନେଇ ଯେଭଳି ଭାବରେ ଚର୍ଚ୍ଚିତ ହୋଇ ଆସିଥିଲା ୨୦୧୭ରେ ଦୁହିଁଙ୍କ ନିର୍ବନ୍ଧ କରିବା ଖବର ଏବେ ଶୁଣିବାକୁ ମିଳିଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ହୋଇଛି ଭାଇରାଲ ।

ସୁଚନାଅନୁସାରେ, ସୋନାକ୍ଷୀ ଓ ତାଙ୍କ ବୟଫ୍ରେଣ୍ଡ ବଂଟି ଆସନ୍ତା ଫ୍ରେବୃୟାରୀ ମାସରେ ନିର୍ବନ୍ଧ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି । ଯଦିଓ ଏନେଇ ଏବେ ସୁଦ୍ଧା କୌଣସି ତାରିଖ ସ୍ଥିର କରାଯାଇନାହିଁ । ଅନ୍ୟପଟେ ସୋନାକ୍ଷୀଙ୍କ ଏପରି ନିଷ୍ପତ୍ତିରେ ତାଙ୍କ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ଏହାର ସବୁଠାରୁ ବଡ କାରଣ ହେଲା, ବଂଟି ସଚଦେବ ପୂର୍ବରୁ ବିବାହିତ । ଆଉ ସେ ତାଙ୍କ ପନ୍ତ୍ରୀଙ୍କୁ ଛାଡପତ୍ର ମଧ୍ୟ ଦେଇଛନ୍ତି ।

ତେବେ,ଅଧିକାଂଶ ସମୟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିବାବେଳେ ନିଜ ସଂପର୍କକୁ କେବେ ଖୋଲାଖୋଲି ଭାବେ ସ୍ୱୀକାର କରିନାହାଁନ୍ତି । ଗୋପନୀୟ ଭାବେ ଦୁହେଁ ନିର୍ବନ୍ଧ କରିବେ ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି ।