ଓଡ଼ିଶାରେ ଧୁମ୍ ମଚେଇବେ ବଲିଉଡ଼୍ ଗାୟିକା ! ଗୋପାଳପୁର ବିଚ୍ ଫେଷ୍ଟିଭାଲରେ ମନ ମୋହିବେ ନେହା କକ୍କର

88

ଗୋପାଳପୁରରେ ବିଚ ଫେଷ୍ଟିଭାଲରେ ଧୁମ ମଚେଇବେ ନେହା କକ୍କର ! “ମିଲେ ହୋ ତୁମ ହମକୋ” ଏବଂ “କାଲା ଚଷମା” ଭଳି ଅନେକ ସୁପରହିଟ ସଂଗୀତରେ ଝୁମି ଉଠିବ ଗୋପାଳପୁର । ଚଳିତ ବର୍ଷ ବିଚ ଫେଷ୍ଟିଭାଲରେ ଲୋକଙ୍କ ମନକୁ ଚୋରାଇବାକୁ ଆସୁଛନ୍ତି ବଲିଉଡ ସଂଗୀତ ଦୁନିଆରେ ଲୋକପ୍ରିୟ ଗାୟିକା ନେହା କକ୍କର ।

ପ୍ରଥମଥର ପାଇଁ ବଲିଉଡ ସେନସେଶନ୍ ଗାୟିକା ନେହା କକ୍କର ଓଡିଶା ଆସୁଛନ୍ତି । ତାଙ୍କ ସୌନ୍ଦର୍ଯ୍ୟ ଏବଂ ସଂଗୀତରେ ଯାଦୁ ବିଛାଇବା ପାଇଁ ନେହା ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ପ୍ରତିବର୍ଷ ଓଡିଶାର ଗୋପାଳପୁରରେ ବିଚ ଫେଷ୍ଟିଭାଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ, ଏବଂ ଏହି କାର୍ଯ୍ୟକ୍ରମରେ ବହୁ ବଲିଉଡ, ଓଲିଉଡ କଳାକାର ଯୋଗ ଦେଇ କାର୍ଯ୍ୟକ୍ରମକୁ ରଂଗୀନ କରିଥାଆନ୍ତି । ଏହି କାର୍ଯ୍ୟକ୍ରମକୁ କେବଳ ବ୍ରହ୍ମପୁର ବାସିନ୍ଦା ନୁହେଁ ବାହାର ସ୍ଥାନରୁ ଲକ୍ଷ ଲକ୍ଷ ଲୋକ ଆସି ମନ ଭରି ଉପଭୋଗ କରିଥାନ୍ତି । ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ କାର୍ଯ୍ୟକ୍ରମ ସମିତି ଅଧ୍ୟକ୍ଷ ନେହା କକ୍କର ଆସୁଥିବାର ସୂଚନା ଦେଇଛନ୍ତି । ଛତ୍ରପୁର ଜିଲ୍ଲାପାଳ ଏନେଇ ହୋଇଥିବା ପ୍ରଥମ ବୈଠକରେ ଏହି ନିର୍ଣ୍ଣୟ ନିଆଯାଇଛି । ସହରରୁ ୧୦କିମି ଦୂରରେ ଅବସ୍ଥିତ ସମୁଦ୍ର ତଟରେ ପାଂଚ ଦିନ ଧରି ଲାଗିରହେ ଏହି ଉତ୍ସବ । ଚଳିତ ବର୍ଷ ୨୪ଡିସେମ୍ବରରୁ ଆରମ୍ଭ ହୋଇ ୨୮ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ଗୋପାଳପୁରରେ ବିଚ ଫେଷ୍ଟିଭାଲ ।

ତେବେ କାର୍ଯ୍ୟକ୍ରମ କିପରି ସୁଚାରୁରୂପେ ଅନୁଷ୍ଠିତ ହେବ ସେ ନେଇ ପୁଲିସ, ଅଗ୍ନି, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ପରିବହନ ଏବଂ ଅନ୍ୟ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ସୂଚନା ଅନୁସାରେ ୧୨ ଡିସେମ୍ବର ମଧ୍ୟରେ କାର୍ଯ୍ୟକ୍ରମ ସମ୍ବନ୍ଧରେ ଏକ ରିପୋର୍ଟ ପ୍ରସ୍ତୁତି କରିବା ପାଇଁ ବିଧାୟକ ପ୍ରଦୀପ ପାଣିଗ୍ରାହୀ କଲେକ୍ଟରଙ୍କୁ କହିଛନ୍ତି । ଗୋପାଳପୁର ସର୍କିଟ ହାଉସରେ ଅନୁଷ୍ଠିତ ବୈଠକ ପରେ ଚଳିତି ବର୍ଷ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମର ହାରାହାରି ବଜେଟ ସମ୍ବନ୍ଧରେ ନିଷ୍ପତି ନିଆଯିବ ବୋଲି ବିଧାୟକ କହିଛନ୍ତି ।

ତେବେ ଚଳିତ ବର୍ଷ ଖୁବ ଗୋପାଳପୁରରେ ବିଚ ଫେଷ୍ଟିଭାଲକୁ ଧୁମଧାମରେ ପାଳନ କରିବା ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଏହି ଉତ୍ସବରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା, ଚରକୁଲା(ଲଳିତ କଳା) ଆଦି ଅନୁଷ୍ଠିତ ହେବ । ଏହା ବ୍ୟତୀତ ପଲ୍ଲିଶ୍ରୀ ମେଳା, ହସ୍ତକଳା ଓ ଶିଳ୍ପମେଳା, ଖାଦ୍ୟମେଳା ଆଦିର ସମ୍ଭାର ଜମିବ । ଜିଲ୍ଲା ପ୍ରଶାସନ ଏବଂ ପୁଲିସ ସାହାଯ୍ୟରେ ଗଞ୍ଜାମ ଜିଲ୍ଲା ହୋଟେଲିୟର୍ସ ଆସୋସିଏସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଅଛି । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।