ଇରଫାନଙ୍କ ବିରଳ ରୋଗ କଲା ବଲିଉଡକୁ ସ୍ତବ୍ଧ, ଘୁଂଚିପାରେ ବ୍ଲାକମେଲର ରିଲିଜ ତାରିଖ

85

ବଲିଉଡ ଜଗତରେ ପରମ୍ପରା ଅଛି ଯେ ସେଲିବ୍ରିଟିମାନେ ଯଦି କୈାଣସି ଗମ୍ଭୀର ରୋଗର ଶିକାର ହୁଅନ୍ତି , ତେବେ ତାହାର ଖୁଲାସା କରନ୍ତିନି । ଯେ ପର୍ଯ୍ୟନ୍ତ ଜରୁରୀ ନହୁଏ । ସେଥିପାଇଁ ଇରଫାନ ଖାନଙ୍କ ଅଚାନକ ଟ୍ୱିଟ କରି ତାଙ୍କ ବିରଳ ରୋଗର ଖୁଲାସା କରିବା ସମସ୍ତଙ୍କୁ ବିସ୍ମିତ କରି ଦେଇଛି । ଇରଫାନ ଖାନ ଯେଉଁ ଅନ୍ଦାଜରେ ଟ୍ୱିଟରେ ସର୍ଟ ନୋଟ ଲେଖି ନିଜର ରୋଗ ବିଷୟରେ ପ୍ରଶଂସକଙ୍କୁ କହିଛନ୍ତି, ତାକୁ ମଧ୍ୟ ପ୍ରକୃତରେ ବିରଳ ହିଁ କୁହାଯିବ ।
ଆଶ୍ୱର୍ଯ୍ୟର କଥା ଏହା କି, ୫ ମାର୍ଚ୍ଚରେ କରାଯାଇଥିବା ଟି୍ୱଟକୁ ଇରଫାନ ସଂଯୁକ୍ତ କରି ରଖିଛନ୍ତି । ଇରଫାନ ଟ୍ୱିଟ କରି ଲେଖିଛନ୍ତି, “ସାଧାରଣ ଜୀବନ ଯାପନ କରୁଥିବା ବେଳେ ହଠାତ ଜୀବନ ଆପଣଙ୍କୁ ଶକ୍ତ ଝଟକା ଦେଇଥାଏ । ଗତ ୧୫ ଦିନରୁ ମୋ ଜୀବନ ଏକ ରହସ୍ୟମୟ କାହାଣୀ ପାଲଟି ଯାଇଛି । ମୋତେ ଜଣା ନଥିଲା କି ଦୁର୍ଲଭ କାହାଣୀର ଅନୁସନ୍ଧାନ ମୋତେ ଦୁର୍ଲଭ ରୋଗ ଆଡ଼କୁ ନେଇଯିବ । ମୁଁ କେବେ ହାର ନ ମାନି ନିଜ ପସନ୍ଦ ମୁତାବକ କାମ କରିବା ପାଇଁ ସବୁବେଳେ ସଂଘର୍ଷ କରିଛି ଓ ଆଗକୁ ମଧ୍ୟ ଏହି ସଂଘର୍ଷ ଜାରି ରହିବ । ମୋ ପରିବାର ଓ ବନ୍ଧୁମାନେ ମୋ ସହ ସବୁବେଳେ ଅଛନ୍ତି । ଏଭଳି କଠିଣ ପରିସ୍ଥିତିରେ ଚିନ୍ତା କରନ୍ତୁନି, କାହିଁକିନା ଏହାର ଶେଷ ପରିଣାମ ଆସିବା ପରେ ୭-୮ ଦିନ ପରେ ମୁଁ ନିଜେ ଆପଣଙ୍କ ସହ ମୋର ଦୁଃଖ ବାଣ୍ଟିବି । ସେ ପର୍ଯ୍ୟନ୍ତ ମୋ ପାଇଁ ପ୍ରାର୍ଥନା କରନ୍ତୁ ।”

ଇରଫାନଙ୍କ ଏହି ଖୁଲାସା ଏତେ ସରଳ ଥିଲା ଯେ ଏହାକୁ ବିଶ୍ୱାସ କରିବା କଠିଣ ହେବ । କିଛି ଦିନ ପୂର୍ବରୁ ବିଶାଲ ଭାରଦ୍ୱାଜ ଫେସବୁକରେ ଫୋଷ୍ଟ କରି ଲେଖିଥିଲେ ଯେ ତାଙ୍କ ଫିଲ୍ମ ‘ସପନା ଦିଦି’ ର ସୁଟିଂ କିଛି ଦିନ ପାଇଁ ସ୍ଥଗତି ରହିବ, କାରଣ ମୁଖ୍ୟ କଳାକାର ଦୀପିକା ପାଦୁକୋଣ ଓ ଇରଫାନ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନାହିଁ । ଦୀପିକାଙ୍କ ପିଠି ଯନ୍ତ୍ରଣା ହେଉଥିବା ବେଳେ ଇରଫାନଙ୍କୁ କାମଳ ରୋଗ ହୋଇଥିବାର ଦାବି କରାଯାଇଥିଲା । ତେବେ ଇରଫାନଙ୍କ ଏହି ବିରଳ ରୋଗ ଜଣାପଡିବା ପରେ ସେଲିବ୍ରିଟିମାନେ ତାଙ୍କ ସୁସ୍ଥ ଜୀବନ କାମନା କରିଛନ୍ତି ।

ତେବେ ଅଭିଷେକ ବଚ୍ଚନ,ରାହୁଲ ଢୋଲକିୟା ତାଙ୍କ ଶରୀର ଖୁବ ଶୀଘ୍ର ଠିକ ହେବା ପାଇଁ ପ୍ରାର୍ଥନା କରିଥିବା ବେଳେ ବିଶାଲ ଭାରଦ୍ୱାଜଙ୍କ ପତ୍ନୀ ରେଖା ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ହେବା ପାଇଁ ହିଲିଂ ଏନର୍ଜି ପଠାଇବେ ବୋଲି ଚିଠି ଲେଖିଛନ୍ତି । ମିଥିଳା ପାଲକର ଓ ଦକ୍ଷିଣ ଭାରତୀୟ ସିନେମା କଳାକାର ଦିଲକିର ସଲମାନ ମଧ୍ୟ ଇରଫାନଙ୍କ ଶୁଭ ମନାସୀଛନ୍ତି, ସେମାନେ ଇରଫାନଙ୍କ ସହ ଫିଲ୍ମ କରୁଛନ୍ତି । ଏହା ବ୍ୟତୀତ ତିଳୋତ୍ତମା ସୋମ ଓ ଦର୍ଶନ କୁମାର ମଧ୍ୟ ଇରଫାନଙ୍କ ପାଇଁ ପ୍ରାର୍ଥନା କରିଛନ୍ତି । ଇରଫାନ ବ୍ଲାକମେଲରେ ନଜର ଆସିବାକୁ ଯାଉଛନ୍ତି, ଯାହା ଏକ ବ୍ଲାକ କମେଡି ।

ବ୍ଲାକମେଲ ନିର୍ଦ୍ଦେଶକ ଅଭିନୟ ଦେବ କହିଛନ୍ତି, “ବ୍ଲାକମେଲର ସୁଟିଂ ସମୟରେ ଇରଫାନଙ୍କ ଏହି ରୋଗ ସମ୍ବନ୍ଧରେ ଟିକେ ମଧ୍ୟ ସୁରାକ ମିଳିନଥିଲା । ସେ କେବେ ବି ଏହାର ଲକ୍ଷଣ ବିଷୟରେ ବି ଜଣାଇନଥିଲେ କି, ନା କେବେ ଏହା ବାବଦରେ କିଛି କହିଥିଲେ । ମତେ ପୂରା ଭରସା ଅଛି ଯେ ଡାକ୍ତରମାନେ ଚେଷ୍ଟା କରୁଥିବେ ଓ ପରିବାର ଲୋକ ତାଙ୍କର ଯତ୍ନ ନେଉଥିବେ ।” ଅଭିନୟ ଏହା ମଧ୍ୟ କହିଛନ୍ତି ଯେ, ଆବଶ୍ୟକ ପଡିଲେ ବ୍ଲାକମେଲର ରିଲିଜ ତାରିଖ ଘୁଂଚା ଯାଇପାରେ । ଫିଲ୍ମ ୬ ଏପ୍ରିଲକୁ ରିଲିଜ ହେବା ପାଇଁ ପ୍ରସ୍ତୁତ ଅଛିି ।