ବଲିଉଡ ବାଦଶାହା ଶାହାରୁଖ ଖାନ ପୁଣି ଥରେ ନଜର ଆସିବେ ଛୋଟପରଦାରେ

29

ବଲିଉଡ ବାଦଶାହା ଶାହାରୁଖ ଖାନ ଅଭିନୟ ଜୀବନ ଆରମ୍ଭ କରିଥିଲେ ଛୋଟପରଦାରୁ । ଛୋଟପରଦାରୁ ପେଶାଦାର ଜୀବନ ଆରମ୍ଭ କରିଥିଲେ ହେଁ ସେ ବଡପରଦାର ଏକ ଲୋକପ୍ରିୟ ଚେହେରା । ଏବେ ସୂଚନାରୁ ଜଣାପଡିଛି ସେ ଖୁବ ଶୀଘ୍ର ଛୋଟ ପରଦାରେ ନଜର ଆସିବେ । ଶାହାରୁଖ ନିଜ ସିନେମାର ପ୍ରଚାର ପାଇଁ ବହୁତ ବାର ଟିଭିରେ ନଜର ଆସିଛନ୍ତି କିନ୍ତୁ ଏବେ ସେ ନିଜର ଏକ ସୋ ନେଇକି ଆସୁଛନ୍ତି ଛୋଟପରଦାରେ । ଶାହାରୁଖ ଖାନ କହିଛନ୍ତି ସେ ଏହି ସୋ ପାଇଁ ସୁଟିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଏହାସହ ସେ କହିଛନ୍ତି ଏହି ସୋରେ ସମାଜକୁ ପରିବର୍ତ୍ତନ କଲାଭଳି ବିଷୟବସ୍ତୁ ରହିଛି, ଯେଉଁଠି ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ସଶକ୍ତୀକରଣ ଆଦିକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।