ଜ୍ୟାକଲିନ୍ ଓ ତାପସୀଙ୍କ ସହ ରୋମାନ୍ସ କରିବେ ବରୁନ୍ ! ଆସୁଛି ଫିଲ୍ମ ‘ଜୁଡୁୱା’ର ସିକ୍ୱେଲ୍

39

ଆସିବ ୧୯୯୭ର ସୁପରହିଟ୍ ଫିଲ୍ମ ‘ଜୁଡୁୱା’ର ସିକ୍ୱେଲ୍  । ଯାହାର ଟାଇଟେଲ୍ ରହିଛି  ‘ଜୁଡୁୱା ୨’ । ଫିଲ୍ମର ଲିଡ୍ ରୋଲରେ ନଜର ଆସିବେ ବରୁନ୍ ଧୱନ୍ । ତେବେ ଫିଲ୍ମରେ ନାୟିକା ଭାବରେ ଆଲିୟା ଭଟ୍ଟ ଆସିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି କଥାକୁ ଖଣ୍ଡନ କରିଥିଲେ ନିଜେ ବରୁନ୍ ।

ଏବେ ଫିଲ୍ମରେ ଫିମେଲ୍ ଲିଡ ପାଇଁ ଜ୍ୟାକଲିନ୍ ଫର୍ଣ୍ଣାଡିସ୍ ଓ ତାମିଲ୍ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ଫାଇନାଲ୍ କରିଥିବା ସୂଚନା ମିଳିଛି । କରିଶ୍ମା କପୁରଙ୍କ ସ୍ଥାନରେ ଜ୍ୟାକଲିନ ଓ ରମ୍ଭାଙ୍କ ସ୍ଥାନରେ ତାପସୀ ନଜର ଆସିବେ । ଏହି ଫିଲ୍ମଟି ଆସନ୍ତା ବର୍ଷ ସେପ୍ଟେମ୍ବର ୨୯ ରେ ରିଲିଜ୍ ହେବ  ।